Latest Odisha News

ଗଣ୍ଡଗୋଳ ଏବଂ ବଟି ମାଗିବା ଅଭିଯୋଗ, ବିଧାୟକ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ । ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । କଣ୍ଟାବାଞ୍ଜି ପୁଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ରହିଛି ।

ଦୁଇ ଦିନ ତଳେ ଆଲିଶାନ ହୋଟେଲରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଆଲିଶାନ ମଲରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିିଳିଛି । ଗଣ୍ଡଗୋଳର ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ପୋଲିସ ସହିତ ବିଧାୟକଙ୍କ ପୁଅର ଝଗଡା ହେଉଥିବା ଦେଖିବାକୁ ମିଳିଛି । ବିଧାୟକଙ୍କ ପୁଅ ସିନେମା ହଲରେ ଗଣ୍ଡଗୋଳ କରୁଥିବା ଦେଖି ସିନେମା ହଲ ମାଲିକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପୁୁଲିସ ବିଧାୟକଙ୍କ ବିରୋଧରେ ଆଇପିସିର ଧାର ୩୮୩, ୩୮୪, ୫୦୬, ୩୫୩ ଓ ଆର୍ମସ ଆକ୍ଟ ଲାଗିଛି । ୩୫୩ ମାନେ ସରକାରୀ ଅଧିକାରୀଙ୍କୁ ଡ୍ୟୁଟିରେ ବାଧା ଦେବା । ୩୮୩ ବଟି ଆଦାୟ ମାଗିବା ଅଭିଯୋଗରେ ଏବଂ ୫୦୬ ଅପରାଧିକ ମାମଲା ରହିଛି । ଏଥିସହ ବିଧାୟକଙ୍କ ପୁଅଠୁ କୌଣସି ଅସ୍ତ୍ରଶସ୍ତ୍ର ମିଳିଥିବାରୁ ତାଙ୍କ ବିରୋଧର ଆର୍ମସ ଆକ୍ଟ ଲାଗିଛି ।

ତେବେ କେଉଁ କାରଣ ପାଇଁ ଗଣ୍ଡଗୋଳ ହେଲା ସେ ନେଇ ବିଧାୟକ କିମ୍ବା ସେଜି ସିଂଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୧୨ରେ ଜିଲ୍ଲାର ଫଣ୍ଡ କାଟିବାକୁ ନେଇ ବିଧାୟକ ସାଲୁଜା ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ବିବାଦ ତେଜିଥିଲ।। ଏହାପରେ ଜିଲ୍ଲାପାଳଙ୍କ ସମର୍ଥନରେ ଅନେକ ପ୍ରଶାସନିକ ଅଧିକାରୀ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ ।

Comments are closed.