ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ଝିଲି’ ଏବେ ଲୋକପ୍ରିୟତାର ଶୀର୍ଷରେ । ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଝିଲି -ସିଦ୍ଧଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହାର ମୁଖ୍ୟ କାରଣ ହେଲା କାହାଣୀ, ଯାହା ସବୁବର୍ଗର ଦର୍ଶକଙ୍କୁ ବାନ୍ଧି ରଖି ପାରିଛି । ଲୋକପ୍ରିୟତାର ଶୀର୍ଷରେ ଆଗେଇ ଚାଲିଥିବା ଏହି ଧାରାବାହିକର କାହାଣୀରେ ଗୋଟେ ଭିନ୍ନ ମୋଡ଼ ଆସିଛି । କାହାଣୀର ଗତିଶୀଳତା ସହ ମିଠା ମହଲ ଏବେ ନାନା ସମସ୍ୟା ଭିତରେ ଗତି କରୁଛି । ସମରେଶ ଓ ସନ୍ଦୀପ ପୁରା ବିଜିନେସକୁ ଦୁଇ ଭାଗରେ ବାଣ୍ଟି ନେବାକୁ ଠିକ୍ କରୁଥିବା ବେଳେ ଜେଜେ ଯେମିତି ଏ ବାବଦରେ ନ ଜାଣନ୍ତୁ ଏହା ଝିଲିର ଇଛା । ସମରେଶ ନିଜର ସ୍ୱତନ୍ତ୍ର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ନିବେଶକ ମାନେ ଶେଷ ମୁହୂର୍ତ୍ତରେ ଓହରି ଯାଉଛନ୍ତି ଓ ସମରେଶଙ୍କୁ କ୍ଷତି ସହିବାକୁ ପଡ଼ିଛି । ଏପରି ଏକ ମାନସିକ ଚାପ ଭିତରେ ସେ ଏକ ହୃଦଘାତର ଶୀକାର ହେଉଛନ୍ତି । ସିଦ୍ଧର କନଷ୍ଟ୍ରକସନ୍ କମ୍ପାନୀ ମଧ୍ଯ ଏଥିରେ କ୍ଷତିଗ୍ରସ୍ତ ହେଉଛି ଯାହା ଫଳରେ ସିଦ୍ଧ ଓ ତା ବାପାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି । ଏସବୁ ଦେଖି ଝିଲି ଆହୁରି ଚିନ୍ତାରେ ପଡ଼ୁଛି । ସବୁ ପରିବାରରେରେ ସମସ୍ୟା ରହିଥାଏ । ହେଲେ ଝିଲି ପରିବାରରେ ବ୍ୟବସାୟକୁ ନେଇ ଯେଉଁ ସମସ୍ୟା ଉପୁଜୁଛି, ସେ କେମିତି କରିବା ଏହାର ସାମ୍ନା । ନିଜର ଭଲ ପାଇବା, ପ୍ରେମ,ନିଷ୍ଠା ଓ ବିଶ୍ୱାସ ବଳରେ ବାନ୍ଧି ରଖିବାକୁ ଉଦ୍ୟମ କରୁଛି ଝିଲି । ଏପରି ଅନେକ କିଛି ଖଟା ମିଠା ଘଟଣା ଓ ମଧୁର ସମ୍ପର୍କକୁ ନେଇ ଏହି ଧାରାବାହିକର କାହାଣୀ ଆଗକୁ ଗତିଶୀଳ ହେଉଛି ।
BREAKING NEWS
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

Comments are closed.