Latest Odisha News

BREAKING NEWS

Congress No-Confidence Motion: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ଲୋଡିଲା ବିଜେଡି ସହଯୋଗ…

ଭୁବନେଶ୍ବର: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଆଜି ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ କାର୍ଯ୍ୟଦିବସରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇଥିବା ସୂଚନା ମିଳିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏନେଇ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତି ସୁରମା ପାଢୀଙ୍କୁ ଏହି ପ୍ରସ୍ତାବ ପ୍ରଦାନ କରିଛି କଂଗ୍ରେସ । ତେବେ କଂଗ୍ରେସର ଏହି ଅନାସ୍ଥା ପ୍ରସ୍ତାବରେ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଦେଇଥିବା ସୂଚନା ରହିଛି ।

କଂଗ୍ରେସ ବିଧାୟକ ଦଳ (CLP) ନେତା ରାମ ଚନ୍ଦ୍ର କାଡାମ ବିଧାନସଭା କାର୍ଯ୍ୟପଦ୍ଧତିର ନିୟମ 117(1) ବ୍ୟବହାର କରି ନୋଟିସରେ ସ୍ୱାକ୍ଷର କରିଥିଲେ। ପ୍ରସ୍ତାବରେ ଲେଖା ଅଛି, ଯେ “ଏହି ଗୃହ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ବର୍ତ୍ତମାନର ମନ୍ତ୍ରୀ ପରିଷଦ ଉପରେ ଅନାସ୍ଥା ପ୍ରକାଶ କରୁଛି।”

ଅନ୍ୟପକ୍ଷରେ ବିଜେଡି ଏହି ପ୍ରସ୍ତାବରେ ସମର୍ଥନ ଜଣାଇବାକୁ ସହଯୋଗ ଲୋଡିଛି କଂଗ୍ରେସ । ଏନେଇ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଆମେ ଏଥିରେ ବିଜେଡିର ସହଯୋଗ ଲୋଡୁଛୁ । ଆମେ ପୂର୍ବରୁ କହିଥିଲୁ, ସେମାନେ ଅନାସ୍ଥା ଆଣିଲେ ଆମେ ସହଯୋଗ କରିବୁ । ତେଣୁ ଆମେ ଅନାସ୍ଥା ଆଣିଲେ ବିଜେଡକୁ ସମର୍ଥନ ଦେବାକୁ ପୂର୍ବରୁ କହିଛୁ ।

ମିଳିତିବା ସୂଚନା ଅନୁସାରେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରସ୍ତାବକୁ ସମର୍ଥନ କରିଛନ୍ତି, ଯାହା ବିରୋଧୀଙ୍କ ମତକୁ ମଜବୁତ କରିପାରେ। ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି, ଯେଉଁଠାରେ ବିରୋଧୀ ଦଳ ଶାସନଗତ ତ୍ରୁଟିଠାରୁ ଆରମ୍ଭ କରି ପ୍ରଶାସନିକ ବିଫଳତା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ୱର ଉଠାଇଛନ୍ତି।

ସେପଟେ ବିଜେପି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରିଛି । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଏହା ବିଜେଡି ଏବଂ କଂଗ୍ରେସ ମଧ୍ୟରେ ସିଲଭର ମେଡାଲ ପାଇଁ ଲଢେଇ । ଏହି ଅନାସ୍ଥାର ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

Comments are closed.