Latest Odisha News

BREAKING NEWS

ମଞ୍ଜୁ ରଥ କଂଗ୍ରେସର ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ

ବ୍ରହ୍ମପୁର: ପୌର ନିର୍ବାଚନ ତାତି ଜୋର ଧରିଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥ ହେଲେ ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ । ତାଙ୍କ ନାଁରେ ମୋହର ମାରିଛି କଂଗ୍ରେସ ନେତୃତ୍ୱ ।

ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଦେଇ ସାରିଛନ୍ତି । ବିଜେଡିରୁ ସଂଘମିତ୍ରା ଦଳେଇ, ବିଜେପିରୁ ସବିତା ସୁଆରଙ୍କ ସହ କଂଗ୍ରେସର ମଞ୍ଜୁ ରଥଙ୍କର ଟକ୍କର ହେବ । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ଆଜି ସବୁ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ।

Comments are closed, but trackbacks and pingbacks are open.