Latest Odisha News

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି: ୨ ମୃତ, ୫ ଗୁରୁତର

ସୋନପୁର: ଗଛରେ ପିଟି ହେଲା ବରଯାତ୍ରା ଗାଡ଼ି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୫ ଜଣ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ବରଯାତ୍ରୀ ବାହାଘର ଭୋଜିରେ ଯୋଗ ଦେଇ ଫେରିବା ବେଳେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

ମୃତକମାନେ ହେଲେ ବରଗଡ ମାଲିପାଲିର ବିରଞ୍ଚି ମଲ୍ଲିକ ଓ ବରପାଲି ବ୍ଲକ ଗିନ୍ଦିଲ୍ଲା ଗାଁର ଜିତେନ୍ଦ୍ର ବାଗ । ୫ ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଭୀମସାର ସ୍ଥାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.