ବାଙ୍କୀ: ବାଙ୍କୀରେ କଂଗ୍ରେସ ପକ୍ଷରୁ ଶନିବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ ବାଙ୍କୀ ଖଜୁରୀପଦା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି । ଏନେଇ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାସ୍ତାରୋକ୍ କରାଯାଇଛି ।
ଏପରିକି ସ୍ଥାନେସ୍ଥାନେ ଟାୟାର ଜଳାଯାଉଥିବା ଫଳରେ ବାଙ୍କୀ-କଟକ-ବେଅଦେଶ୍ୱର-କଳାପଥର ରାସ୍ତାରେ ଯାନବାହାନ ଚଳାଚଳ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।
ତେବେ କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଦୋକାନ ବଜାର ମଧ୍ୟ ରହିଛି ।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ନୂଆଗାଁ ସରପଞ୍ଚ ଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କ ସମେତ ଜଣେ ସାମ୍ବାଦିକଙ୍କୁ କେହି ଦୁବୃର୍ତ୍ତ ଆକ୍ରମଣ କରିଥିଲେ । ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।
Comments are closed.