Latest Odisha News

BREAKING NEWS

ରାଜ୍ୟବାପୀ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳ: ଗଡୁଛି ଗାଡ଼ି, ଖୋଲିଛି ଦୋକାନ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଓଡ଼ିଶାରେ 6 ଘଣ୍ଟିଆ ହରତାଳ କରୁଛି କଂଗ୍ରେସ । ଶାନ୍ତିପୂର୍ଣ୍ଣ ଭାବରେ ଦଳୀୟ ନେତା ଓ କର୍ମୀ ରାଜ୍ୟବ୍ୟାପୀ ହରତାଳ କରୁଛନ୍ତି । କେଉଁଠି କାହାରିକୁ ଜୋର ଜବରଦସ୍ତି ଅଟକାଯାଉନି । ଗାଡ଼ି ମୋଟର କିମ୍ବା ଟ୍ରେନକୁ କେଉଁଠାରେ ରୋକି ନାହାନ୍ତି ଆନ୍ଦୋଳନକାରୀ । ଗାଡ଼ିମୋଟର ଚଳାଚଳ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଖୋଲିଛି ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ।

ସକାଳ ୬ଟାରୁ ହରତାଳ ଆରମ୍ଭ କରିଥିଲେ କଂଗ୍ରେସ ନେତା ଓ କର୍ମୀ । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ହାତରେ ବ୍ୟାନର, ପ୍ଲାକାର୍ଡ ଧରି ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାସ୍ତାରେ କିମ୍ବା ଛକ ବାଜରରେ କାହାରିକୁ ଅବରୋଧ କରି ନାହାନ୍ତି ଆନ୍ଦୋଳନକାରୀ ।

କଟକରେ କଂଗ୍ରେସ କର୍ମୀ ଲୋକଙ୍କୁ ଚକୋଲେଟ୍ ଦେଇ ବନ୍ଦ ପାଳନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । କିନ୍ତୁ କାହାକୁ ଜବରଦସ୍ତି ଅଟକାଇ ନାହାନ୍ତି । ନିର୍ଦ୍ଦିଷ୍ଟ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀ ଦାବି ପୂରଣ ନେଇ ନାରାବାଜି କରିଛନ୍ତି । ଶାନ୍ତିପୂର୍ଣ୍ଣ ହରତଳାରେ ସାଧାରଣ ଲୋକ ସ୍ୱତଃପ୍ରବୃତ ଭାବରେ ସାମିଲ ହୋଇଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।

Leave A Reply

Your email address will not be published.