Latest Odisha News

BREAKING NEWS

୨୦୧୯ ନିର୍ବାଚନ ଲାଗି କଂଗ୍ରେସର ପ୍ରସ୍ତୁତି: ‘ମୋ ବୁଥ୍, ମୋ ଗୌରବ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ସକାଶେ କଂଗ୍ରେସ ନିଜକୁ ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିବା ଆରମ୍ଭ କରିଛି । ରବିବାର ଦିନ ରାଜ୍ୟ କଂଗ୍ରେସ ଭବନଠାରେ କଂଗ୍ରେସର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ବୈଠକ ବସି ନିର୍ବାଚନ ପୂର୍ବରୁ ଦଳର ରଣନୀତି ଏବଂ ଲୋକଙ୍କର ନିକଟତର ହେବାକୁ ସମସ୍ତ ନେତା, କର୍ମୀଙ୍କୁ ପରାମର୍ଶ ଦିଆଯାଇଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସମ୍ପାଦକ ରୁଦ୍ରରାଜୁ, ଅନିଲ ଚୋ÷ଧୁରୀ, ଆଦିତ୍ୟ ଶର୍ମା, ମସ୍ତାନ ବାଲି, ଦଳର ସମସ୍ତ ବିଧାୟକ, ବିଧାନସଭାରେ ବିରୋଧୀ ଦଳନେତା ନରସିଂହ ମିଶ୍ର, ଓଡ଼ିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝି, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭୁଜବଳ ମାଝୀ, ନବନିଯୁକ୍ତ ସମ୍ପାଦକ, ଉପସଭାପତି, କାର୍ଯ୍ୟକାରୀ ସଭାପତି, ଶୃଙ୍ଖଳା କମିଟି ସଦସ୍ୟ, ନିର୍ବାଚନ କମିଟି ସଦସ୍ୟଗଣ ଉପସ୍ଥିତ ଥିଲେ । ବୁଥ୍ ସ୍ତରରେ ଲୋକଙ୍କ ନିକଟରେ ପହଂଚି ସେମାନଙ୍କର ନିକଟତର ହେବା ଏବଂ ଦଳକୁ ସୁଦୃଢ କରିବା ସକାଶେ ‘ମୋ ବୁଥ୍, ମୋ ଗୋ÷ରବ’ ନାମରେ ଏକ ଅଭିଯାନ କଂଗ୍ରେସ ଆରମ୍ଭ କରିଛି ।

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଦେଶର ନିରାପତା ପ୍ରସଙ୍ଗରେ ମଧ୍ୟ ବଡ଼ଧରଣର ଦୁର୍ନୀତି କରିବାକୁ ପଛାଇ ନାହାନ୍ତି । ରାଫେଲ ଯୁଦ୍ଧବିମାନ କିଣାରେ ହୋଇଥିବା ମହାଦୁର୍ନୀତିକୁ କଂଗ୍ରେସ ଲୋକଙ୍କ ନିକଟରେ ପହଂଚାଇ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବ । ତାହାସହିତ ରାଜ୍ୟସ୍ତରରେ ଜନସାଧାରଣ ଯେଉଁସବୁ ମୋ÷ଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଗୁଡିକ ମଧ୍ୟ ସର୍ବସମ୍ମୁଖକୁ ଅଣାଯିବ ।

ଦଳର ନେତା ଓ କର୍ମୀମାନେ ସାଧାରଣ ଲୋକଙ୍କର ନିକଟତର ହେବା ସକାଶେ ସେମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ମିଶି ଦଳକୁ ମଜୁଭତ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ପ୍ରଭାରୀ ଜିତେନ୍ଦ୍ର ସିଂ ଆହ୍ୱାନ ଦେଇଛନ୍ତି । ସମ୍ପ୍ରତି ଉଭୟ ବିଜେପି ଏବଂ ବିଜେଡ଼ି ଭୋଟରଙ୍କୁ ମନାଇବାକୁ ଗ୍ରାମସ୍ତରରୁ ସେମାନଙ୍କର ଅଭିଯାନ ଆରମ୍ଭ କରିଥିବାବେଳେ କଂଗ୍ରେସର କାର୍ଯ୍ୟକର୍ତା, କର୍ମୀ ଓ ଶୁଭେଚ୍ଛୁମାନେ ଜନସାଧାରଣଙ୍କ ମଧ୍ୟରେ କଂଗ୍ରେସର ଆଦର୍ଶ, ଭାବଧାରା ଏବଂ ଦେଶଗଠନ କ୍ଷେତ୍ରରେ କଂଗ୍ରେସର ରହିଥିବା ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ ପାଇବା ଆଶାରେ ଦଳର କାର୍ଯ୍ୟକର୍ତା ଓ ନେତୃବୃନ୍ଦ ରାଜଧାନୀ ଭୁବନେଶ୍ୱରରେ ଠୁଳ ନହୋଇ ଗ୍ରାମାଭିମୁଖୀ ହେବା ଏବଂ ବୁଥ୍ସ୍ତରରେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ଯୋଡିବାକୁ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସିଂ କହିଛନ୍ତି । ବିଜେଡ଼ି ଓ ବିଜେପିର ମିଥ୍ୟା ପ୍ରଲୋଭନର ବଶବର୍ତୀ ନହୋଇ ଜନସାଧାରଣ ବାସ୍ତବତାକୁ ହୃଦୟଙ୍ଗମ କରିବା ଏବଂ ନିଜ ରାଜ୍ୟ ତଥା ଦେଶର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.