Latest Odisha News

BREAKING NEWS

ଭୁବନେଶ୍ୱର: ରେଡ୍ ହେଲା ୩ଟି ଡ୍ୟାନ୍ସ ବାର୍ , ଉଦ୍ଧାର ହେଲେ ୩ ଜଣ ଯୁବତୀ

ଭୁବନେଶ୍ୱର : କମିଶନରେଟ ପୋଲିସ ଶନିବାର ରାତିରେ ୩ଟି ଡ୍ୟାନ୍ସ ବାର ଉପରେ ଅତର୍କିତ ଭାବରେ ଚଢଉ କରିଛି ।

ଏହି ଚଢଉ କରି କମିଶନରେଟ ପୋଲିସ ୩ ଜଣ ଯୁବତୀଙ୍କୁ ଏହି ଡ୍ୟାନ୍ସ ବାର ମଧ୍ୟରୁ ଉଦ୍ଧାର କରିଛି ।

ମିଳିଥିବା ସୂତ୍ର ଅନୁଯାୟୀ, ଏକାସଙ୍ଗରେ ପୋଲିସ ୨ଟି ଚଢଉ କଟକ ରୋଡ଼ରେ ଏବଂ ବାପୁଜୀ ନଗରରେ ଅନ୍ୟ ଡ୍ୟାନ୍ସ ବାର ଉପରେ ଏହିପରି ଗୋଟିଏ ରାତିରେ ୩ଟି ଚଢଉ କରିଛି କମିଶନରେଟ ପୋଲିସ ।

ଏହି ଡ୍ୟାନ୍ସ ବାର ଗୁଡ଼ିକ ବିନା ଲାଇସେନ୍ସରେ ଅବାଧ ଭାବେ ଚାଲୁଥିବାର ପୋଲିସ ସୂତ୍ରରୁ ପ୍ରକାଶ ।

ତେବେ ଶନିବାର ସକାଳେ ଗଣମାଧ୍ୟମକୁ ସମ୍ୟକ ସୂଚନା ଦେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଥିଲେ, ଭୁବନେଶ୍ୱରେ ଚାଲୁଥିବା ବିନା ଲାଇସେନ୍ସ ଓ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର ଉପରେ ଘନଘନ ଚଢଉ କରିବ ।

ଯେଉଁ ବାର୍ ଗୁଡ଼ିକ ଆଇନ ଉଲଂଘନ କରି ଡ ଡ୍ୟାନ୍ସ ବାର ଚଳାଉଛନ୍ତି ସେହି ବାର୍ ଉପରେ ପୋଲିସ ଚଢଉ କରିବ ବୋଲି ପୋଲିସ କମିଶନର ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଖାରବେଳ ନଗରର ଏକ ଡ୍ୟାନ୍ସ ବାର ଉପରେ ଚଢଉ କରି ପୋଲିସ ବିଳମ୍ବିତ ରାତିରେ ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଡ୍ୟାନ୍ସ ବାର ଗୁଡ଼ିକ ବିନା ଲାଇସେନ୍ସରେ ଅନେକ ଦିନରୁ ବେଆଇନ ଭାବେ ଚାଲୁଥିଲା ।

Leave A Reply

Your email address will not be published.