Latest Odisha News

BREAKING NEWS

ଶଶୀ ଥରୁର ଏବଂ ଅଶୋକ ଗେହଲୋଟ ମଧ୍ୟରେ ଲଢ଼େଇ ସମ୍ଭାବନା !

ନୂଆଦିଲ୍ଲୀ: ପାଖେଇ ଆସୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଏଥର ଦଳ ପକ୍ଷରୁ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି । ତେବେ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ କି ନାହିଁ ସ୍ପଷ୍ଟ କରିନାହାଁନ୍ତି । ରାଜସ୍ତାନ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ରାଜ୍ୟର କଂଗ୍ରେସ କମିଟି ରାହୁଲଙ୍କୁ ଅଧ୍ୟକ୍ଷ କରିବା ପାଇଁ ଚାପ ପକାଉଛନ୍ତି । ତେବେ ରାହୁଲ ନିର୍ବାଚନ ଲଢ଼ିବା ନେଇ କିଛି ସୂଚନା ମିଳିନାହିଁ ।

ଆଉ ଗୋଟିଏ ସପ୍ତାହ ପରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପୂର୍ବରୁ କଂଗ୍ରେସ ନେତାଙ୍କ ମଧ୍ୟରେ ସଭାପତି ନିର୍ବାଚନକୁ ନେଇ କିଏ ପ୍ରାର୍ଥୀପତ୍ର ଦାଖଲ କରିବ ସେ ଘୋଷଣା କେହି କରୁନାହାଁନ୍ତି ।  କଂଗ୍ରେସ ସାଂସଦ ଶଶୀ ଥରରୁ ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ଶଶୀ ଥରୁର ମଧ୍ୟ ନିର୍ବାଚନ ଲଢ଼ିବା ପୂର୍ବରୁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରି ଫେରିଛନ୍ତି ।  ଆଗାମୀ ଅକ୍ଟୋବର ୧୭ରେ କଂଗ୍ରେସ ଦଳର ସଭାପତି ନିର୍ବାଚନ ହେବ ।  ଯେକୌଣସି ସଦସ୍ୟ କଂଗ୍ରେସ ଦଳର ସଭାପତି ପଦ ପାଇଁ ନିର୍ବାଚନ ଲଢିପାରିବ ବୋଲି ସୋନିଆ ଥରୁରଙ୍କୁ କହିଥିବା ଗଣମାଧ୍ୟମସୁତ୍ରରୁ ଜଣାପଡ଼ିଛି ।

ଯଦି ରାହୁଲ ଗାନ୍ଧୀ ରାଜି ନହୁଅନ୍ତି ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ କଂଗ୍ରେସ ସଭାପତି ପାଇଁ ମନୋନୟନ ପତ୍ର ଦାଖଲ କରିପାରନ୍ତି । କାରଣ ସେ ଗାନ୍ଧୀ ପରିବାରର ବିଶ୍ବସ୍ଥ ଥିବାରୁ ଦଳ ପକ୍ଷରୁ ବହୁ ନେତା ତାଙ୍କୁ ସମର୍ଥନ ଦେଇପାରନ୍ତି ।

Leave A Reply

Your email address will not be published.