Latest Odisha News

BREAKING NEWS

ମୋଦୀଙ୍କ ପ୍ରତି ବଦଳିଗଲା ମମତାଙ୍କ ଆଭିମୁଖ୍ୟ !

କୋଲକାତା: ସୋମବାର ପଶ୍ଚିମବଙ୍ଗ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରିଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଇଡି, ସିବିଆଇ କାର୍ଯ୍ୟାନୁଷ୍ଠାନ ପଛରେ ସ୍ଥାନୀୟ ବିଜେପି ନେତା ଏବଂ କେନ୍ଦ୍ରର ବିଜେପି ନେତାଙ୍କ ଷଡଯନ୍ତ୍ର ଥାଇପାରେ। ହେଲେ ସମସ୍ତ କଥାରେ ପ୍ରଧାନମନ୍ତ୍ରୀ ଅଂଶ ଗ୍ରହଣ କରୁଥିବେ ବୋଲି ବିଶ୍ବାସ କରନ୍ତି ନାହିଁ।

ବିଧାନସଭାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ କରିବା ବେଳେ ମମତା ନିଜର ଆଭିମୁଖ୍ୟ ରଖିଥିଲେ। ସେ କହିଥିଲେ ସିବିଆଇ ପଶ୍ଚିମବଙ୍ଗରେ ୧୦୯ ଟି ମାମଲା ରୁଜୁ କରିଛି। ଆଇନ ଅନୁଯାୟୀ କେବଳ ୫୦ଟି ମାମଲା ରହିଛି। କିଛି ବିଜେପି ନେତା ଅଛନ୍ତି ଯେଉଁମାନେ ଆମ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ସମସ୍ତ ମାମଲାରେ ଅଂଶ ଗ୍ରହଣ କରନ୍ତି ବି ବୋଲି ମୁଁ ବିଶ୍ବାସ କରିପାରୁନି ।

ଉଲ୍ଲେଖଯୋଗ୍ୟ, ମମତା ହେଉଛନ୍ତି ସେହି ନେତା ଯିଏକି ୨୦୧୪ରେ ସିବିଆଇ ପ୍ରଧାନମନ୍ତ୍ରୀଙ୍କ ଅଫିସ ଦ୍ବାରା ପରିଚାଳିତ ହୋଇଛି ବୋଲି କହିଥିଲେ। ଏବେ କିନ୍ତୁ ବିଧାନସଭାରେ ନିଜର ଆଭିମୁଖ୍ୟ ରଖିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଫିସ ବାବଦରେ ପୂର୍ବରୁ ଯେଉଁ ଆଭିମୁଖ୍ୟ ରଖୁଥିଲେ ସେଥିରେ ନରମ ପଡିଛନ୍ତି। ଏପରି କହି ସେ ଗୃହ ମନ୍ତ୍ରାଳୟକୁ ଟାର୍ଗେଟ କରିଛନ୍ତି। ଯାହାର ଦାୟିତ୍ୱରେ ଅଛନ୍ତି ଅମିତ ଶାହ।

ବିଧାନସଭାରେ ଏହି ପ୍ରସ୍ତାବ ପାରିତ ହେଲା ବେଳେ ସମର୍ଥନରେ ୧୮୯ଟି ଭୋଟ୍ ପଡିଥିବା ବେଳେ ବିରୋଧରେ ୬୯ଟି ଭୋଟ୍ ପଡ଼ିଥିଲା। ତେବେ ପଶ୍ଚିମବଙ୍ଗ ସରକାର ଏହି ପ୍ରସ୍ତାବ ପାରିତ କରିବା ପୂର୍ବରୁ ଇଡି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଚାର୍ଜଶିଟ୍ ଦାଖଲ କରିଥିଲା। ଯେଉଁଥିରେ ମମତାଙ୍କ ପୂର୍ବତନ ସହଯୋଗୀ ତଥା ଟିଏମସିର ପୂର୍ବତନ ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ନାମ ରହିଛି। ସେହିପରି ସିବିଆଇ ଏହି ମାମଲାରେ ଏସଏସସିର ପୂର୍ବତନ ଅଧ୍ୟକ୍ଷ ସୁବିରେସ ଭଟ୍ଟଚାର୍ଯ୍ୟଙ୍କୁ ଗିରଫ କରିଛି।

ତେବେ ମମତା ବାନାର୍ଜୀ କହିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଥିଲା। ସେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ଦଳ ଏବଂ ସରକାର ସମାନ ନୁହଁନ୍ତି। ଦଳ ଏବଂ ସରକାରଙ୍କୁ ଏକାଠି ଦେଖିବା ଠିକ୍ ନୁହଁ।

Leave A Reply

Your email address will not be published.