Latest Odisha News

ସମ୍ବିଧାନ ଓ ଲୋକତନ୍ତ୍ର ପାଇଁ ବିପଦ ବିଜେପି: ଖଡଗେ

ବାଲେଶ୍ୱର: ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର । ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ କହିଛନ୍ତି ଯେ, ଦେଶରେ ବହୁ ମାତ୍ରାରେ ଗରିବ ବୃଦ୍ଧି ପାଇବାରେ ଲାଗିଛି ଆଉ ଏହା ପଛର କାରଣ ହେଉଛି ବିଜେପି । ଯଦି ବିଜେପିକୁ ନ ହଟାଯାଏ ତେବେ ସମ୍ବିଧାନ ବିପଦରେ, ଲୋକତନ୍ତ୍ର ବି ବିପଦରେ ରହିବ ।

ଖଡଗେ ଆହୁରି କହିଛନ୍ତି ଯେ, ‘ଦେଶରେ ଯୁବକଙ୍କୁ ଚାକିରି ମିଳୁନି । ଯାହାକୁ ନେଇ ଦିନକୁ ଦିନ ବେକାରୀ ସମସ୍ୟା ବଢିବାରେ ଲାଗିଛି । ହେଲେ ଏଥି ପ୍ରତି ମୋଦି ଙ୍କର ଟିକେ ହେଲେ ଚିନ୍ତା ନାହିଁ । ଦେଶକୁ ବଞ୍ଚାଇବା ପାଇଁ କେବଳ ଏକମାତ୍ର କଂଗ୍ରେସ ହିଁ ଚିନ୍ତା କରୁଛି । ଗରିବଙ୍କ ସପକ୍ଷରେ ଆମେ ସବୁବେଳେ ଅଛୁ । ସେଥିପାଇଁ ବିଜେପି ଆମକୁ ସହିପାରୁନି’ ।

ତେଣୁ ଦେଶ କୁ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ବିଜେପିକୁ ହଟାନ୍ତୁ । ଏବଂ କଂଗ୍ରେସ କୁ ବିପୁଳ ପରିମାଣରେ ଭୋଟ ଦେଇ ଜିତେଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଖଡଗେ ।

ବିଜେପି ସହ ବିଜେଡିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଖଡଗେ । ସେ କହିଛନ୍ତି, ବିଜେପି ହଁ ରେ ହଁ ଭରୁଛି ବିଜେଡି । ବର୍ତ୍ତମାନ କେବଳ ନିର୍ବାଚନ ପାଇଁ ଉଭୟ ଦଳ ଅଲଗା ହୋଇଛନ୍ତି । ଯେମିତି ନିର୍ବାଚନ ସରିଯିବ ପୁଣି ଦୁଇ ଦଳ କୋଳାକୋଳି ହେବେ । ତେଣୁ ଏଭଳି ଦଳ ମାନଙ୍କ ଉପରେ ଭରଷା ରକରି କଂଗ୍ରେସ କୁ ଭରଷା କରିବାକୁ ସେ ନିବେଦନ କରିଛନ୍ତି ।

Comments are closed.