Latest Odisha News

BREAKING NEWS

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ, ଭୁବନେଶ୍ୱରରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳ ବଢାଇବା ସହିତ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ହେବାକୁ ଥିବା ଏକ ବିଶାଳ ସମାବେଶରେ ଯୋଗଦାନ କରିବେ। ଏଥିରେ ପାଖାପାଖି ୧୦ ହଜାରରୁ ଅଧିକ କର୍ମୀ ଓ ନେତା ଯୋଗଦାନ କରିବେ। ଏହି ସମ୍ମିଳନୀରେ ଉଦବୋଧନ ଦେଇ କଂଗ୍ରେସ କର୍ମୀଙ୍କ ମନୋବଳକୁ ବଢାଇବେ। ଏହା ସହିତ ରାଜ୍ୟ କଂଗ୍ରେସ ସହିତ ରାହୁଲଙ୍କ ଯାତ୍ରା ଓଡ଼ିଶାର ରୁଟ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଖଡ଼ଗେ ତାଙ୍କର ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଦେଶ ନିର୍ବାଚନ କମିଟି ଗଠନ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ୨୩ ଜଣ ସଦସ୍ୟ କମିଟିରେ ସ୍ଥାନ ପାଇଛନ୍ତି। ତେବେ କମିଟିରେ ସ୍ଥାନ ପାଇଥିବା ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟା ଶରତଙ୍କ ଅନୁଗତ ବୋଲି ସୂଚନା ରହିଛି। କମିଟିରେ ୫ ଜଣ ମହିଳା ସ୍ଥାନ ପାଇଛନ୍ତି।

Comments are closed.