Latest Odisha News

BREAKING NEWS

ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ସୋମବାର ଓଡ଼ିଶା ବନ୍ଦ । କଂଗ୍ରେସ ଦଳ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।

ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା ଯେମିତି ସ୍ୱାସ୍ଥ୍ୟ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା, ଔଷଧ ଦୋକାନ ଓ କ୍ଷୀର ଦୋକାନ ଆଦିକୁ ବାଦ୍ ଦିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏଥିସହ ବିବାହ ଗାଡ଼ିକୁ ମଧ୍ୟ ଛଡ଼ାଯିବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।

ରାଜ୍ୟରେ ବର୍ଦ୍ଧିତ ତୈଳରଦର ସହ ବେକାରୀ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ବିଫଳତା, ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ବୃଦ୍ଧ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ି ଦେଇଛି । ଏସବୁ ବିରୋଧରେ ଆସନ୍ତାକାଲି କଂଗ୍ରେସ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିବା ପିସିସି ସଭାପତି କହିଛନ୍ତି ।

Leave A Reply

Your email address will not be published.