Latest Odisha News

BREAKING NEWS

ରେସ ୱାକର ରାହୁଲ, ପ୍ରିୟଙ୍କା, ସନ୍ଦୀପ ହାସଲ କଲେ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତର ରେସ ୱାକର ରାହୁଲ କୁମାର, ସନ୍ଦୀପ କୁମାର ଓ ପ୍ରିୟଙ୍କା ଗୋସ୍ୱାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ନ୍ୟାଶନାଲ ଓପନ ରେସ ୱାକିଂରେ ସନ୍ଦୀପ ଓ ପ୍ରିୟଙ୍କା ୨୦କିମି ବିଭାଗରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଅଲିମ୍ପିକ କ୍ୱାଲିଫିକେଶନ ଟାଇମ ପୁରୁଷ ବିଭାଗ ପାଇଁ ୧ ଘଂଟା ୨୧ ଓ ମହିଳାଙ୍କ ନିମନ୍ତେ ୧ ଘଂଟା ୩୧ ମିନିଟ ରଖାଯାଇଥିଲା ।

ସନ୍ଦୀପ ୧ଘଂଟା ୨୦ମିନିଟ ୧୬ ସେକେଣ୍ଡ, ପ୍ରିୟଙ୍କା ୧ ଘଂଟା ୨୮ମିନିଟ ୪୫ ସେକେଣ୍ଡ ଓ ରାହୁଲ ୧ ଘଂଟା ୨୦ମିନିଟ ୨୬ ସେକେଣ୍ଡରେ ସେମାନଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ଏ ପର୍ଯ୍ୟନ୍ତ ୭୭ଜଣ ଭାରତୀୟ ଆଥଲେଟ ଅଲିମ୍ପିକ କୋଟା ହାସଲ କରି ସାରିଛନ୍ତି ।

Leave A Reply

Your email address will not be published.