Latest Odisha News

BREAKING NEWS

ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଢ଼େଙ୍କାନାଳ: ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା । ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦରଦାମ ବୃଦ୍ଧିକୁ ବିରୋଧ କରାଯାଇଛି । ସେହିଭଳି ପେଟ୍ରୋଲ, ଡିଜେଲର ଦାମ୍ ବୃଦ୍ଧି ବିରୋଧରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଢ଼େଙ୍କାନାଳ କଂଗ୍ରେସ ପକ୍ଷରୁ ୪ଘଣ୍ଟିଆ ଗଣଧାରଣା ଦିଆଯାଇଛି । ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ଜୀବନ ଜୀବିକା ଦୁର୍ବିସହ ହୋଇପଡିଥିବା ବେଳେ, ଅନ୍ୟ ପଟେ କରୋନା କାଳରେ ମହଙ୍ଗା ମାଡ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରଦାମ ବୃଦ୍ଧିକୁ ବିରୋଧ କରାଯାଇଛି । ବେକାର ସଂଖ୍ୟା ବୃଦ୍ଧି ରୋକିବାରେ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଏହାର ପ୍ରତିବାଦ କରିବା ସହ ଆକାଶଛୁଆଁ ଦରଦାମ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ଏହି ଗଣଧାରଣା ଦିଆଯାଇଛି ।।

Leave A Reply

Your email address will not be published.