Latest Odisha News

BREAKING NEWS

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାରୁ ବଲିଉଡ୍‌ ଭେଟେରାନ ଆକ୍ଟର ଦିଲୀପ କୁମାରଙ୍କୁ ଜୁନ୍ ୬ ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ଏହାପୂର୍ବରୁ ମଧ୍ୟ ମେ ମାସରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଦିଲୀପ କୁମାର। ତେବେ ସେ ସମୟରେ ତାଙ୍କ ନିୟମିତ ରୁଟିନ୍‌ ଜେକ୍‌ଅପ୍‌ ପାଇଁ ହସ୍ପିଟାଲ୍‌ ଭର୍ତ୍ତି ହୋଇଥିବା କହିଥିଲେ ପତ୍ନୀ ସାଇରା ବାନୁ।

Leave A Reply

Your email address will not be published.