Latest Odisha News

BREAKING NEWS

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତେଲଦର । ଗତ ୨୧ ଦିନ ଭିତରେ ଡିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବଢିଲାଣି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଗୋଟିଏ ପଟେ ଲକଡାଉନ୍ ଏବଂ ଅନ୍ୟପଟେ ତେଲ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତା ବଢାଇଦେଇଛି , ତେଣୁ ଦରବୃଦ୍ଧିରୁ ଲୋକଙ୍କୁ ତୁରନ୍ତ ଆଶ୍ୱସ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟଙ୍କା ଆଦାୟ କରୁଛନ୍ତି । ଗରିବ ଲୋକ ଛଟପଟ ହେଉଛନ୍ତି । ତେଲ ଦର ବୃଦ୍ଧି ହେଉଥିବା ବେଳେ ବିଜେଡି ବି ଚୁପ୍ ବସିଛି । ବର୍ତ୍ତମାନ ଯାଏ ତେଲରୁ ୧୮ ହଜାର କୋଟି ଟଙ୍କା ଆଦାୟ କରିସାରିଲେଣି । ତେଣୁ ଉଭୟ ସରକାର ତୁରନ୍ତ ଏକ୍ସସାଇଜ୍ ଡ୍ୟୁଟି ଓ ଭାଟ୍ ଛାଡ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

Leave A Reply

Your email address will not be published.