Latest Odisha News

BREAKING NEWS

ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ଆଜି ପ୍ରେସମିଟ୍ କରି ପ୍ରଶ୍ନ କରାଯାଇଛି ଯେ, କେଉଁ ନିୟମ ଆଧାରରେ ଜମି ଅଧିଗ୍ରହଣ କରାଗଲା । କେଉଁ ଆଇନରେ ଅଛି ସରକାର ଦଶ ପ୍ରତିଶତ ଅଧିକ ଟଙ୍କା ଦେବେ ବୋଲି ।

BjdElectrycity

ଆଇନରେ ଅଛି ସରକାର ୧୨ ପ୍ରତିଶତ ଅଧିକ ଦେବେ ବୋଲି । ଏଠି ଆଉ ୨ ପ୍ରତିଶତ କମିସନ ଟଙ୍କା ଖାଇଲା କିଏ । କେଉଁ ନିୟମ ଆଧାରରେ ରାତାରାତି ଶ୍ରୀଜଗନ୍ନାଥଙ୍କ ଜମି ରାଜସ୍ୱ ବିଭାଗକୁ ଦିଆଗଲା ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି ।

ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ କରାଯାଉଥିବା କାଯ ର୍୍ୟ ପୁନଶ୍ଚ ମୂଳରୁ ଆରମ୍ଭ କରିବାକୁ କଂଗ୍ରେସ ଦାବି କରିଛି । ଏଥିସହ ଓଡିଶାରେ ଥିବା ସମସ୍ତ ଜମି ଅଧିଗ୍ରହଣ ଆଇନ୍ ଅନୁଯାୟୀ କାର୍ଯ୍ୟ କରାଯାଉ ଏବଂ ପୁରୀ ଜିଲ୍ଲାପାଳଙ୍କୁ ତୁରନ୍ତ ସେଠାରୁ ହଟାଯାଉ ବୋଲି ଦଳ ଦାବି କରିଛି ।

Leave A Reply

Your email address will not be published.