Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ଦିଲ୍ଲୀର ଫୋର୍ଟିସ୍ ଏସ୍କାର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଫୁସଫୁସ୍ ଓ କିଡନୀ ଜନିତ ସମସ୍ୟାରେ ପିଡିତ ଥିବା ଅଭିଯୋଗ କରିଛନ୍ତି ।

ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କ ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।

ଇକୋନୋମୀ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ସେ ହାର୍ଟ ସର୍ଜରୀ ପାଇଁ ଲଣ୍ଡନ ଯାଇଥିଲେ । ଏପରିକି ତାଙ୍କର ଆଣ୍ଟିଜିଓପ୍ଲାଷ୍ଟି, ମିଟ୍ରାଲ୍ ଭଲବ୍ କ୍ଲିପ୍ ମଧ୍ୟ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟରେ ଅନେକ ପ୍ରକାରର ସମସ୍ୟା ରହିଛି ।

ତାଙ୍କ ହାର୍ଟ ଠିକ୍ ଭାବେ କାମ କରୁନଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.