Latest Odisha News

BREAKING NEWS

କଂଗ୍ରେସର ଭୋଟ ଚୋରି ରାଲି; କମ୍ପୁଛି ରାମଲୀଳା ମଇଦାନ

ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଓ ଭୋଟ ଚୋରି ଅଭିଯୋଗରେ କଂଗ୍ରେସ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବଡ଼ ରାଲି ଆରମ୍ଭ କରିଛି।ଏହି ପ୍ରତିବାଦରେ କଂଗ୍ରେସର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ରାଲିକୁ ସମ୍ବୋଧିତ କରିବେ।ଏଥିସହିତ  ପ୍ରିୟଙ୍କା ଗାନ୍ଧୀ ଭଡ୍ରା, କେସି ଭେନୁଗୋପାଳ, ଜୟରାମ ରମେଶ ଏବଂ ସଚିନ ପାଇଲଟଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଏଥିରେ ସାମିଲ ରହିବା ନେଇ ସୂଚନା ମିଳିଛି।

ତେବେ ସରକାର ଏବଂ ନିର୍ବାଚନ କମିଶନଙ୍କ ମିଳିତ ସହଯୋଗରେ ଭୋଟ ଚୋରି ଭଳି ଜଘନ୍ୟ କାର୍ଯ୍ୟ ହେଉଅଛି ଓ ଏହା ଦ୍ବାରା ଗଣତନ୍ତ୍ର କ୍ଷୁର୍ଣ୍ଣ ହେଉଥିବା ମଧ୍ୟ ଅଭିଯୋଗ କରାଯାଇଛି। ଅପରପକ୍ଷେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ରିପୋର୍ଟରୁ ଜଣାପଡ଼ିଛି। ତେବେ ରାଲି ପୂର୍ବରୁ ସମସ୍ତ ନେତା କଂଗ୍ରେସ ମୁଖ୍ୟାଳୟ, ଇନ୍ଦିରା ଭବନରେ ଏକାଠି ହେବେ ଓ ସେଠାରୁ ରାମଲୀଳା ମୈଦାନକୁ ଯିବା ନେଇ ଜଣାପଡ଼ିଛି।

ଏହି  ରାଲିକୁ ସମ୍ବୋଧିତ କରି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅନେକ ଅଭିଯୋଗ ମାନ ଲଗାଇଛନ୍ତି। ସେ କହିଛନ୍ତି ଯେ ସରକାର କଂଗ୍ରେସର ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନଥିଲେ ଓ ଗୃହମନ୍ତ୍ରୀ ସଂସଦରେ ମନମୁଖୀ ଉତ୍ତର ଦେଇ ସମସ୍ତ ଭୁଲ ସୂଚନା ଦେଇଥିଲେ।

 

Leave A Reply

Your email address will not be published.