Latest Odisha News

‘ପ୍ରଶ୍ନକାଳ ନ ରହିଲେ ଗୃହ ଚାଲିବାର ମୂଲ୍ୟ ନାହିଁ’

ଭୁବନେଶ୍ୱର: କରୋନା କାଳ ଭିତରେ ଆଉ କିଛି ଦନ ଭିତରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ କରୋନା ଯୋଗୁଁ ଏହି ଅଧିନେଶରେ ପ୍ରଶ୍ନକାଳ ରହିବ ନାର୍ହି । ଏହି ପ୍ରସଙ୍ଗକୁ ନେଇ ଆଜି ବିରୋଧୀ କଂଗ୍ରେସ ସରକାରୁ ଟାର୍ଗେଟ କରିଛି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରଶ୍ନ କାଳ ନ ରହିଲେ ବିଧାନସଭା ଚାଲିବାର ମୂଲ୍ୟ ନାହିଁ । ବିଧାନସଭାରେ ବିଧାୟକମାନେ ଲୋକଙ୍କ ସମସ୍ୟା ରଖନ୍ତି । ବିଧାୟକମାନଙ୍କୁ କହିବାର ସୁଯୋଗ ଦିଆ ନ ଗଲେ ବାଚସ୍ପତି ଓ ବିଜେଡି ବିଧାୟକ ମାନେ ବିଧାନସଭାରେ ବସିବେ ଆମେ ବିରୋଧୀ ମାନେ ବାହାରେ ଲୋକଙ୍କ ସାଙ୍ଗରେ ବସିବୁ । ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଏ ବିଷୟରେ ଆଲୋଚନା କରିବା ଦରକାର ।

ସେପଟେ ଏହାର ଜବାବରେ ଉତ୍ତର ରଖିଛି ବିଜେଡି । ବିଜେଡି ବିଧାୟକ ଅମର ଶତପଥୀଙ୍କ କହିଛନ୍ତି, ସଂସଦୀୟ ଢାଞ୍ଚାରେ ବିଧାନସଭା ବସିବ । କଣ ରୂପ ରେଖ ରହିବ ଓ କେମିତି ଚାଲିବ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନି । ପ୍ରଶ୍ନକାଳ ରହିବ କି ନାହିଁ ଏ ଦିଗରେ ବାଚସ୍ପତି ଚୁଡ଼ାନ୍ତ ନିଷ୍ପତ୍ତି ନେବେ ।

Leave A Reply

Your email address will not be published.