Latest Odisha News

BREAKING NEWS

କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ: ଦିଲ୍ଳୀ ପାଇଁ ଭୋଟ ମାଗିବେ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଳୀବାସୀଙ୍କୁ ଭୋଟ ମାଗିବେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ । ଭୋଟରଙ୍କୁ କରିବେ ଆକୃଷ୍ଟ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସେ ଏଥର ଘର ଘର ବୁଲି ପ୍ରଚାର କରିବେ । ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଟପ୍‌ରେ ଅଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ ।

ସିଦ୍ଧୁଙ୍କୁ ନିର୍ବାଚନ ପ୍ରଚାରରେ କଂଗ୍ରେସ ମୁ୍‌ଖ୍ୟ ଦାୟିତ୍ୱ ଦେଇଛି । ଏଥିସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାଁ ମଧ୍ୟ ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ।

ସେହିପରି ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘ୍ନ ସିହ୍ନା, ଉଦିତ ରାଜ ଏବଂ କାର୍ତ୍ତି ଆଜାଦ ମଧ୍ୟ କଂଗ୍ରେସର ଏହି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କ ସହ ଶର୍ମିଷ୍ଠା ମୁଖାର୍ଜୀ ଏବଂ ରାଗିନୀ ନାୟକ ମଧ୍ୟ ଦିଲ୍ଲୀ ପାଇଁ ପ୍ରଚାର କରିବେ ।

କପିଲ ସିବଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହରୀଶ ରାୱତ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ କଂଗ୍ରେସ ପାଇଁ ଦିଲ୍ଲୀବାସୀଙ୍କୁ ଭୋଟ ମାଗିବେ ।

Leave A Reply

Your email address will not be published.