Latest Odisha News

BREAKING NEWS

ପୃଥିବୀର ଏହିସବୁ ସବୁ ଦେଶ, ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ୧୦୦ ଗୁଣ ଅଧିକ !

ଭୁବନେଶ୍ୱର: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ବେଳେ ଆପଣଙ୍କୁ ଯଦି କୁହାଯିବ ଏପରି ଏକ ସ୍ଥାନ ଯେଉଁଠି ଟଙ୍କାର ମୂଲ୍ୟ ୧୦୦ ଗୁଣ ଅଧିକ ବୋଲି। କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ ।

ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ ଭାରତୀୟ ମୁଦ୍ରାର ମୂଲ୍ୟ ଢେର ଅଧିକ। ଯଦି ଶସ୍ତାରେ ଆପଣ ଭ୍ରମଣ କରିବାକୁ ଚାହୁଁଛନ୍ତି ତେବେ ଏସବୁ ଦେଶକୁ ବୁଲିବାକୁ ଯାଇପାରିବେ।

ଅନେକ ଦେଶରେ ତ ଆମ ମୁଦ୍ରାର ଦାମ୍‌ ଡଲାର ଠାରୁ ମଧ୍ୟ ଢେର ଅଧିକ। ତେବେ ଆସନ୍ତୁ ଜାଣିବା ଏହିସବୁ ଦେଶ ସମ୍ପର୍କରେ…

ଗୁଇନିଆ:

ଏହା ପଶ୍ଚିମ ଆଫ୍ରିକାର ଏକ ଛୋଟ ଦେଶ। ଏଠାରେ ଭାରତର ୧ ଟଙ୍କାର ମୂଲ୍ୟ ୧୩୩.୫୩ ଗୁଇନିଆ ଫ୍ରାଙ୍କ୍‌ ସହ ସମାନ। ଏଠାକାର ମୁଦ୍ରାକୁ ଗୁଇନିଆ ଫ୍ରାଙ୍କ୍‌ କୁହାଯାଏ।

ଲାଓସ୍‌:

ଦକ୍ଷିଣ-ପୂର୍ବ ଏସିଆସ୍ଥିତ ଏହି ଦେଶର ଚାରିପାଖରେ ମିଆଁମାର, ଚୀନ୍‌, ଥାଇଲାଣ୍ଡ ଆଦି ଦେଶ ଘେରି ରହିଛନ୍ତି।ଏଠାରେ ମଧ୍ୟ ଆମ ଦେଶର ମୁଦ୍ରାର ମୂଲ୍ୟ ବହୁତ ଅଧିକ।

ଏଠାରେ ଭାରତୀୟ ଟଙ୍କାର ମୂଲ୍ୟ ୧୨୪.୮୮ ଲାଓ କିପ୍‌। ଆଉ ଏକ ଭଲ କଥା ହେଉଛି ଏଠାକୁ ଯିବାକୁ ଭିସା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଲାଓସ୍‌ର ଏୟାରପୋର୍ଟରେ ହିଁ ଆପଣ ସିଧାସଳଖ ଭିସା ପାଇପାରିବେ।

ଲାଓସ୍‌ଠାରେ ବହୁ ସଂଖ୍ୟାରେ ହାତୀ ବାସ କରୁଥିବାରୁ ଏହାକୁ ହଜାରେ ହାତୀଙ୍କ ଭୂମି ମଧ୍ୟ କୁହାଯାଏ। ଏହି ଦେଶ ଓ୍ଵିକଙ୍ଗ୍‌ ନଦୀ ଓ ପାହାଡ଼ ପାଇଁ ପ୍ରସିଦ୍ଧିଲାଭ କରିଛି। ଏଠାରେ ଥିବା ବୁଦ୍ଧ ମନ୍ଦିର ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି।

ପାରାଗୁଏ:

ଦକ୍ଷିଣ ଆଫ୍ରିକାର ମଧ୍ୟଭାଗରେ ପାରାଗୁଏ ଅବସ୍ଥିତ। ଏଠାକାର ଘନ ଜଙ୍ଗଲ, ପ୍ରାକୃତିକ ପରିବେଶ, ନୀଳ ସମୁଦ୍ର ରାଶି ଦେଖିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ପାରାଗୁଏ ଆସିଥାନ୍ତି। ଏଠାରେ ବିଭିନ୍ନ ଲୁପ୍ତ ପଶୁପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାନ୍ତି। ଏଠାରେ ଏକ ଟଙ୍କା ଭାରତୀୟ ମୁଦ୍ରାର ମୂଲ୍ୟ ୯୨.୦୧ ପାରାଗୁଆନ୍‌ ଗୁଆରାନି ସହ ସମାନ।

କମ୍ବୋଡ଼ିଆ:

ଦକ୍ଷିଣ-ପୂର୍ବ ଏସିଆର ଏକ ଦେଶ ହେଉଛି କମ୍ବୋଡ଼ିଆ। ଏହି ଦେଶର ଚାରିପାଖରେ ଥାଇଲାଣ୍ଡ, ମାଲେସିଆ ଓ ଭିଏତନାମ ଭଳି ଦେଶ ଘେରି ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପୁରାତନ ଐତିହ୍ୟ ପାଇଁ କମ୍ବୋଡ଼ିଆ ଜଣାଶୁଣା। ଦୁନିଆର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଅଙ୍କୁରଓ୍ଵାଟ୍‌ ମନ୍ଦିର ମଧ୍ୟ ଏଠାରେ ରହିଛି। ଆମ ଦେଶର ମୁଦ୍ରାର ଦାମ୍‌ ଏଠାକାର ୫୭.୩୩ କମ୍ବୋଡିଆନ୍‌ ରିଆଲ୍‌ ସହ ସମାନ। ମାତ୍ର ୧୦ ହଜାର ଟଙ୍କାରେ ଆପଣ ଆରାମରେ ଏହି ଦେଶ ବୁଲିପାରିବେ।

ୟୁଗାଣ୍ଡା:

ୟୁଗାଣ୍ଡାର ମୁଦ୍ରାର ନାଁ ହେଉଛି ୟୁଗାଣ୍ଡାନ୍‌ ସିଲିଂ। ପୂର୍ବ ଆଫ୍ରିକାରେ ସ୍ଥିତ ଏହି କ୍ଷୁଦ୍ର ଦେଶର ଆଖପାଖରେ କୌଣସି ସମୁଦ୍ର ନଥିବା ବେଳେ କେବଳ ରହିଛି ହଜାର ହଜାର କିଲୋମିଟର ପରିବ୍ୟାପ୍ତ ପଡ଼ିଆ। ଏହା ଏକ ବହୁତ ଗରିବ ଦେଶ। ତେବେ ୟୁଗାଣ୍ଡାରେ ଆମ ଭାରତୀୟ ମୁଦ୍ରାର ମୂଲ୍ୟ ୫୨.୨୫ ୟୁଗାଣ୍ଡା ସିଲିଂ।

Leave A Reply

Your email address will not be published.