Latest Odisha News

କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରୀଙ୍କ ନିଯୁକ୍ତିକୁ ନେଇ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ବିଜେପି ସାଂସଦ ଭର୍ତ୍ତୁହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି କୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ଦଳର ବରିଷ୍ଠ ନେତା ଜୟରାମ ରମେଶ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସଂସଦର ପରମ୍ପରା ବିରୁଦ୍ଧ ବୋଲି ସେ କହିଛନ୍ତି ।

ଜୟରାମ ରମେଶ କହିଛନ୍ତି ଯେ, ପରମ୍ପରା ଅନୁଯାୟୀ କେବଳ ବରିଷ୍ଠ ସାଂସଦଙ୍କୁ ହିଁ କାମଚଳା ବାଚସ୍ପତି ପଦରେ ନିଯୁକ୍ତ କରାଯାଇଥାଏ । ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ସୁରେଶ କୋଡିକୁନ୍ନିଲଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହି ମାନସିକତା ସଂପୂର୍ଣ୍ଣ ବୁଲଡୋଜର ମାନସିକତା ଅଟେ । ପ୍ରଥମ ଦିନରୁ ହିଁ ସରକାର ଟକ୍କର ଦେବାରେ ବ୍ୟସ୍ତ ଅଛନ୍ତି ।

ଜୟରାମ ରମେଶ ଆହୁରି କହିଛନ୍ତି ଯେ, କଂଗ୍ରେସ ଦଳର କୋଡିକୁନ୍ନିଲ ସୁରେଶ ଏବଂ ବିଜେପିର ବିରେନ୍ଦ୍ର କୁମାର ଉଭୟ ୧୮ତମ ଲୋକସଭାରେ ଅଷ୍ଟମ ଥର ପାଇଁ ସାସଂଦ ହୋଇଛନ୍ତି । ୨୦୧୯ ରେ ବିରେନ୍ଦ୍ର କୁମାର ଏବଂ ୨୦୧୪ ରେ କମଳନାଥ କାମଚଳା ବାଚସ୍ପତି ହୋଇଥିଲେ । ବିରେନ୍ଦ୍ର କୁମାର ବର୍ତ୍ତମାନ ମନ୍ତ୍ରୀ ହୋଇଛନ୍ତି । ତେଣୁ ଆଶା ଥିଲା ଯେ କେ ସୁରେଶଙ୍କୁ କାମଚଳା ବାଚସ୍ପତି ଭାବରେ ନିଯୁକ୍ତ କରାଯିବ । କିନ୍ତୁ ସରକାର ଏପରି କଲେ ନାହିଁ । କିନ୍ତୁ ବିଜେଡି ରୁ ୬ ଥର ଏବଂ ବିଜେପିରୁ ସପ୍ତମ କାର୍ଯ୍ୟକାଳ ପୂରଣ କରୁଥିବା ସାଂସଦ ଭର୍ତ୍ତୁହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ବିଜେପି ସରକାର ନିଯୁକ୍ତ କଲେ ।

ଜୟରାମ ରମେଶ ପୁଣି କହିଛନ୍ତି ଯେ, ବିଜେପି ବୁଲଡୋଜର ରାଜନୀତି ରୁ ବାହାରି ପାରୁନି । ସେମାନେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଆମେ କ୍ଷମତାରେ ଅଛୁ । କିନ୍ତୁ ଏହି ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ । ନରେନ୍ଦ୍ର ମୋଦି ଆଉ ଶ୍ରୀ ୪୦୦ ନୁହଁନ୍ତି ବରଂ ଶ୍ରୀ ୨୪୦ ଅଟନ୍ତି । ସେ କହିଛନ୍ତି ଯେ ଜୁନ୍ ୨୬ ରେ ନୂତନ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ସମସ୍ତ ଲୋକସଭା ସଦସ୍ୟ ୨୪ ଏବଂ ୨୫ ଜୁନ୍ ରେ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ଏହାର ଅଧ୍ୟକ୍ଷତା କରନ୍ତି । କାମଚଳା ବାଚସ୍ପତି କ’ଣ? ଏହା ଦୁଇ ଦିନ ପାଇଁ ।

Leave A Reply

Your email address will not be published.