Latest Odisha News

ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

ନୂଆଦିଲ୍ଲୀ: କଂଗ୍ରେସ ଦଳ ପକ୍ଷରୁ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମଙ୍ଗଳବାର ଦିନ ହଟାଇ ଦିଆଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ବାହାର କରି ଦିଆଯାଇଛି । ଦଳ ପକ୍ଷରୁ ସଚିନ ପାଇଲଟଙ୍କ ସ୍ଥାନରେ ରାଜସ୍ଥାନ ସରକାରରେ ବର୍ତ୍ତମାନ ଶିକ୍ଷା ମନ୍ତ୍ରୀ ଥିବା ଗୋବିନ୍ଦ ସିଂହ ଡୋଟାସରାଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ବିଜେପି ସ୍ୱପ୍ନ ପୂରା ହେବ ନାହିଁ । ଆମେ ପରିସ୍ଥିତିରେ ପଡିକି ଦଳରୁ ୩ ଚଣ ସଦସ୍ୟଙ୍କୁ ବାହାର କରି ଦେଇଛୁ । ଏହା ଆମକୁ ଖୁସି ଦେଉନାହିଁ । ଆମେ ତାଙ୍କୁ ମଙ୍ଗଳବାର ଦିନ ହୋଇଥିବା ବୈଠକକୁ ଡାକିଥିଲୁ । ହେଲେ ସେମାନେ ଆସିଲେ ନାହିଁ ।

ଅଧିକ ପଢନ୍ତୁ- ରାଜସ୍ଥାନ ହାଇଡ୍ରାମାରେ କେବେ ଯବନିକା, ଆଜି ପୁଣି ମାନସମନ୍ଥନ

Leave A Reply

Your email address will not be published.