ନୂଆଦିଲ୍ଲୀ: ଚୀନର ଦୁଃସାହସ ପରେ ଭାରତ ଏହାର କଡା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛି । ଭାରତୀୟସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି । ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କ୍ରୟ କରିବାକୁ ଯାଉଛି । ଆମେରିକା ଠାରୁ ଭାରତ ଯେଉଁ ଡ୍ରୋନ କ୍ରୟ କରିବାକୁ ଯାଉଛି, ତାହା ଆକାଶରେ ୫୦୦ ଫୁଟ ଉଚ୍ଚରେ ଏବଂ ୧୦ କିମି ଯାଏଁ ଉଡ଼ିପାରିବ । ଏହା ଘଣ୍ଟାକୁ ୯୫ କିମି ବେଗରେ ଗତି କରିପାରିବ ।
ସେହିପରି ଇସ୍ରାଏଲ ଠାରୁ ସ୍କାଇକ୍ ଫାୟାରଫ୍ଲାଏ ଲଇଟରିଙ୍ଗ ଆମୁନିସନ କିଣିବାକୁ ଯାଉଛି । ସେନାକୁ ମିଳିଥିବା ଜରୁରୀକାଳୀନ ଆର୍ଥିକ କ୍ଷମତାର ଉପଯୋଗ କରି ଏହା କ୍ରୟ କରାଯିବ । ଏକ କିମି ଦୂରତା ଭିତରେ ଥିଲେ ମଧ୍ୟ ଆଖିକୁ ଦୃଶ୍ୟମାନ ହେଉନଥିବା ଟାର୍ଗେଟଗୁଡିକୁ ଧ୍ୱଂସ କରିବା ପାଇଁ ଏହାକୁ ବ୍ୟବହାର କରାଯିବ । ଏହି ଅସ୍ତ୍ରର ବିଶେଷତା ହେଉଛି କି ଏହା ଆକାଶମାର୍ଗରେ କିଛି ସମୟ ଝୁଲିବା ଅବସ୍ଥାରେ ରହି ଶତ୍ରୁ ଟାର୍ଗେଟର ଅବସ୍ଥିତି ଏବଂ ଗତିବିଧି ବାରିପାରିବ ଓ ପରେ ସେଥିରେ ମାଡ଼ ହୋଇପାରିବ । ଯଦି ଶତ୍ରୁ ଟାର୍ଗେଟ ଏକ କିମି ଦୂରତା ବାହାରକୁ ଚାଲିଯାଇଥାଏ, ତାହାହେଲେ ଏହାକୁ ପୁନଶ୍ଚ ନିଜର ଘାଟିକୁ ଫେରାଇ ଅଣାଯାଇପାରିବ ।
BREAKING NEWS
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ

Comments are closed.