Latest Odisha News

BREAKING NEWS

କଂଗ୍ରେସର ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ କର୍ମୀଙ୍କ ପିକେଟିଂ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦ ଓ ଅନ୍ୟ ପ୍ରସଙ୍ଗକୁ ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ବନ୍ଦ ଡାକରା ଦେଇଛି ଦଳ । ସକାଳୁ ସକାଳୁ ରାଜଧାନୀରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସର ଓଡ଼ିଶା ବନ୍ଦ ପାଳନ ଯୋଗୁଁ ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଅଟୋ, ବସ୍ ସେବା ବନ୍ଦରେ ପ୍ରଭାବିତ ହୋଇଥିବାରୁ ଯାତ୍ରୀମାନେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଅଟକି ରହିଛନ୍ତି ।

ସେହିଭଳି ଭୁବନେଶ୍ୱର ରେଳ ଷ୍ଟେସନରେ ଦଳ ପକ୍ଷରୁ ରେଳରୋକ କରାଯାଇଛି । ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରେଳରୋକ କରିଛନ୍ତି । ରାଜଧାନୀ ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଭୁବନେଶ୍ୱର, କଟକ ସମେତ ବ୍ରହ୍ମପୁର ଓ ବାଲେଶ୍ୱରରେ ବନ୍ଦର ପ୍ରଭାବ ପଡ଼ିଛି । କଂଗ୍ରେସ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଭୁବନେଶ୍ୱରର ଏନ୍ଏଚରେ ବନ୍ଦ ଯୋଗୁଁ ଶହ ଶହ ଗାଡ଼ି ଅଟକି ରହିଛି । ମାଷ୍ଟରକ୍ୟାଣ୍ଟିନ ଛକରେ ମଧ୍ୟ ରାସ୍ତା ଉପରେ କଂଗ୍ରେସ ନେତା ଓ କର୍ମୀ ବସିଛନ୍ତି ।

ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା ଯେମିତି ସ୍ୱାସ୍ଥ୍ୟ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା, ଔଷଧ ଦୋକାନ ଓ କ୍ଷୀର ଦୋକାନ ଆଦିକୁ ବାଦ୍ ଦିଆଯାଇଛି । ରାଜ୍ୟରେ ବର୍ଦ୍ଧିତ ତୈଳରଦର ସହ ବେକାରୀ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ବିଫଳତା, ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ବୃଦ୍ଧ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ି ଦେଇଛି । ଏସବୁ ବିରୋଧରେ କଂଗ୍ରେସ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିବା ପିସିସି ସଭାପତି କହିଛନ୍ତି ।

Leave A Reply

Your email address will not be published.