Latest Odisha News

BREAKING NEWS

ସପ୍ତାହର ପ୍ରଥମ ଦିନରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ସହ ତୈଳଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଦରବୃଦ୍ଧି । ଗୃହିଣୀଙ୍କ ମୁଣ୍ଡରେ ଚଡ଼କ । ସପ୍ତାହ ଆରମ୍ଭର ପ୍ରଥମ ଦିନରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ର ଆଉ ଏକ ପ୍ରହାର ପଡ଼ିଛି । ରୋଷେଇ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ୨୬ ପଇସା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି ।

ଏଲପିଜି ଦର ବୃଦ୍ଧି ପରେ ସବସିଡି ଯୁକ୍ତ ୧୪.୨ କେଜିର ଗ୍ୟାସ୍ ପାଇଁ ୭୬୯ ଟଙ୍କା ଦେବାକୁ ପଡ଼ିବ । ଏହା ପୂର୍ବରୁ ସବସିଡି ଯୁକ୍ତ ଗ୍ୟାସ୍ ଦାମ ୭୧୯ ଟଙ୍କା ଥିଲା । ବର୍ଦ୍ଧିତ ଦର ଆଜିଠାରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲାଗୁ ହେବ ।

ଅନ୍ୟପଟେ ତୈଳଦର ମଧ୍ୟ ଗତ ସପ୍ତାହରୁ ଲଗାତାର ବଢ଼ି ଚାଲିଛି । ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦାମରେ ୨୬ ପଇସା ଲେଖାଏ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ପାଖାପାଖି ପହଞ୍ଚିଛି । ଦେଶର କେତେକ ସହରରେ ପେଟ୍ରୋଲ ଦର ୯୯ ଟଙ୍କା ପାର କରିଥିବା ବେଳେ କିଛି ସ୍ଥାନରେ ୧୦୦ ଟଙ୍କା ପାଖାପାଖି ରହିଛି ।

ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ, ଭାରତ ଆସୁଥିବା ତେଲ ବ୍ୟାରେଲ୍ ଉପରେ ଅଶୋଧିତ ତୈଳଦର ବୃଦ୍ଧିର ପ୍ରଭାବ ୨୦ରୁ ୨୫ ଦିନ ପରେ ପଡ଼ିଥାଏ ।

Leave A Reply

Your email address will not be published.