Latest Odisha News

BREAKING NEWS

ଆରମ୍ଭ ହେଲା ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ଆରମ୍ଭ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଏହି ସଭ୍ୟ ସଂଗ୍ରହ ଅଭିଯାନ ରାଜ୍ୟର ଜିଲ୍ଲା ସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଚାଲିବ । ଏଆଇସିସି ସାଧାରଣ ସଂପାଦକ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳୀୟ ନେତା ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି ।

ବିଭିନ୍ନ ବର୍ଗର ପ୍ରାୟ ଶତାଧିକ ନୂଆ ସଦସ୍ୟ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ୫ ବର୍ଷ ପାଇଁ କଂଗ୍ରେସର ପ୍ରାଥମିକ ସଦସ୍ୟଙ୍କ ପାଇଁ ୫ ଟଙ୍କା ସଦସ୍ୟତା ରାଶି ରଖାଯାଇଛି । ନୂଆ ସଦସ୍ୟଙ୍କୁ ନେଇ କଂଗ୍ରେସ ଅଧିକ ସକ୍ରିୟ ହେବ ବୋଲି ଆଶା ରଖିଛି ଦଳ । ସଭ୍ୟ ସଂଗ୍ରହ କଂଗ୍ରେସ ଦଳ ସହ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ପାଇଁ ମହତ୍ବପୂର୍ଣ୍ଣ କାର୍ଯ୍ୟ ବୋଲି କହିଛନ୍ତି ପିସିସି ସଭାପତି । ସେହିପରି ରାଜ୍ୟରେ ନିଯୁକ୍ତି ନପାଇ ବଢୁଛି ବେକାରୀ । ଦରଦାମ୍ ବି ହୁ ହୁ ହୋଇ ବଢ଼ି ଚାଲିଛି । ଏହାସହ ଆଇନ ଶଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ, ନାରୀ ନିର୍ଯାତନା ମଧ୍ୟ ବଢ଼ିବାରେ ଲାଗିଛି ବୋଲି କହିଛନ୍ତି ପିସିସି ସଭାପତି ।

ଖାଲି ସେତିକି ନୁହେଁ ଗତ ୨୧ ବର୍ଷ ଧରି ଶାସନ କରୁଥିବା ବିଜେଡି ଅମଳରେ ରାଜ୍ୟରେ ସେପରି କିଛି ବିକାଶ ହୋଇନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ଅବସରରେ ରିପ୍ଲବିକ ପାର୍ଟି ଅଫ ଇଣ୍ଡିଆର ସଭାପତି ସେଖ୍ ଅବଦୁଲ ଅଲ୍ଲୀ ଓ ତାଙ୍କ ସହଯୋଗୀ କଂଗ୍ରେସରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଦଳକୁ କିପରି ମଜଭୁତ କରାଯିବ ସେନେଇ ଦଳୀୟ ନେତା ଗୁରୁତ୍ବ ଦେଇଛନ୍ତି ।

Leave A Reply

Your email address will not be published.