Latest Odisha News

BREAKING NEWS

ଭୂତ ପ୍ରତି ଆମେରିକାବାସୀଙ୍କ ଭୟ ରହିଛି : ସର୍ଭେ

ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହେଲା ଆମେରିକା । ତେବେ ଆମେରିକାବାସୀ ଭୂତପ୍ରେତଙ୍କୁ ଭୟ କରୁଥିବା ଏକ ସର୍ଭେରେ ଜଣାପଡିଛି । ଗ୍ୟାଲେପ ନାମକ ଏହି ସର୍ଭେ ସଂସ୍ଥାର ରିପୋର୍ଟ ଅନୁସାରେ ୫ଜଣଙ୍କ ମଧ୍ୟରୁ ୨ଜଣ ଭୂତ ଥିବା ବିଶ୍ୱାସ କରନ୍ତି । ସେହିପରି ୫ଜଣଙ୍କ ମଧ୍ୟରୁ ଜଣେ ଭୂତକୁ ଦେଖିଥିବା ଦାବୀ କରିଛନ୍ତି । ଓଭରାଲ ୪୩ ପ୍ରତିଶତ ସଂସାରରେ ବିଭିନ୍ନ ମାଧ୍ୟମରେ ଭୂତ ଥିବା କହିଛନ୍ତି ।

ଏଥିରେ ଉଚ୍ଚ ଶିକ୍ଷତଠାରୁ ଆରମ୍ଭ ଅଳ୍ପ ପାଠପଢ଼ା ୧୦୩୫ ଲୋକଙ୍କୁ ସାମିଲ କରାଯାଇଥିଲା । ଧାର୍ମିକ ଲୋକଙ୍କ ତୁଳନାରେ ନାସ୍ତିକମାନେ ଭୂତ-ପ୍ରେତ ଉପରେ ଅଧିକ ବିଶ୍ୱାସ କରୁଛନ୍ତି । ଜମ୍ବି,ୱେୟରଉଲ୍ଫ ଓ ଭ୍ୟାମ୍ପୟର ଥିବା ଆମେରିକାବାସୀ ଦୃଢ଼ ଭାବେ ବିଶ୍ୱାସ କରନ୍ତି ।

Leave A Reply

Your email address will not be published.