Latest Odisha News

BREAKING NEWS

ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଏଥିରେ ବି ନାହାଁନ୍ତି ତାରା

ଭୁବନେଶ୍ଵର: ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ । ଏହି ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା ଓ ଶରତ ରାଉତ । ତେବେ ଏଥିରୁ ମଧ୍ୟ ବାଦ୍ ପଡିଛନ୍ତି ତାରା ବାହିନୀପତି । ପୂର୍ବରୁ ୧୪ ଜଣିଆ ଷ୍ଟିୟରିଂ କମିଟିରେ ମଧ୍ୟ ସ୍ଥାନ ପାଇନଥିଲେ ତାରା ।

ତେବେ ଗତ ଅଗଷ୍ଟ ୧୪ ତାରିଖରେ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଥିଲା ଏଆଇସିସି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ୧୪ ଜଣ ସଦସ୍ୟ ଥିଲେ । କିନ୍ତୁ ଏହି କମିଟିରେ ଦଳର ଅନେକ ବଡ଼ ନେତାଙ୍କୁ ସାମିଲ କରାଯାଇନଥିଲା । ଯେଉଁଥିପାଇଁ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଆଜି ଏହି କମିଟିରେ ଆଉ ୭ଜଣଙ୍କୁ ସାମିଲ କରାଯାଇଛି । କିନ୍ତୁ ଗତଥର ପରି ଏଥର ମଧ୍ୟ ଏହି କମିଟିରେ ସ୍ଥାନ ପାଇନାହାଁନ୍ତି ତାରା ।

ଅନ୍ୟପକ୍ଷେ ଆସନ୍ତା ୨ ମାସ ମଧ୍ୟରେ ପିସିସି ସଭାପତି ଚୟନ କରାଯିବ। ଦିଲ୍ଲୀରୁ କେତେଜଣ ନେତା ଆସି ଦଳର ସମସ୍ତ ନେତାଙ୍କ ସହ ଆଲୋଚନାକରି ମତାମତ ନେବେ। ଏହା ସହ ବିଭିନ୍ନ ଉପାୟରେ ସର୍ଭେ କରାଯାଇ କାହାକୁ ସଭାପତି କଲେ ଠିକ୍‌ ହେବ, ସେନେଇ ମଧ୍ୟ ମତ ସଂଗ୍ରହ କରାଯିବ ବୋଲି ଷ୍ଟିୟରିଂ କମିଟି ଅଧ୍ୟକ୍ଷ ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି ।

Comments are closed.