No Confidence Motion Against Om Birla: ବାଚସ୍ପତି ଓମ୍ ବିର୍ଲାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ସାଇନ୍ କଲେ ୧୧୭ ସାଂସଦ
ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଦଳ ଲୋକସଭା ମହାସଚିବଙ୍କୁ ନୋଟିସ୍ ଦାଖଲ କରିଛି। ଏଥିରେ ୧୧୮ ଜଣ ସାଂସଦଙ୍କ ଦସ୍ତଖତ ଅଛି। କଂଗ୍ରେସ ନିୟମ 94C ଅନୁଯାୟୀ ଏହି ପ୍ରସ୍ତାବ ଆଗତ କରିଛି। ଭାରତୀୟ ଇତିହାସରେ ତିନୋଟି ଘଟଣା ହୋଇଛି ଯେତେବେଳେ ବାଚସ୍ପତିଙ୍କ ବିରୋଧରେ ପ୍ରସ୍ତାବ ଆଗତ ହୋଇଛି। ପ୍ରଥମ ଘଟଣା ୧୯୫୪ ମସିହାରେ ହୋଇଥିଲା, ଯେତେବେଳେ ସମାଜବାଦୀ ସାଂସଦ ବିଘ୍ନେଶ୍ୱର ମିଶ୍ର ବାଚସ୍ପତି ଜି.ଭି. ମାଭଲଙ୍କରଙ୍କୁ ପକ୍ଷପାତିତାର ଅଭିଯୋଗ ଆଣି ଏକ ପ୍ରସ୍ତାବ ଆଗତ କରିଥିଲେ। ବିତର୍କ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।
୧୯୬୬ ମସିହାରେ ମଧୁ ଲିମାୟେ ବାଚସ୍ପତି ହୁକମ ସିଂହଙ୍କୁ ଟାର୍ଗେଟ କରିଥିଲେ, କିନ୍ତୁ କମ୍ ସମର୍ଥନ (୫୦ ରୁ କମ୍ ସଦସ୍ୟ) ଯୋଗୁଁ ପ୍ରସ୍ତାବଟି ଖାରଜ ହୋଇଗଲା। ୧୯୮୭ ମସିହାରେ ସୋମନାଥ ଚାଟାର୍ଜୀ ବାଚସ୍ପତି ବଳରାମ ଜାଖଡ଼ଙ୍କ ବିରୁଦ୍ଧରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଗୃହ ଏହାକୁ ଖାରଜ କରିଦେଲା। ସମ୍ବିଧାନର ଧାରା ୯୪ ଅନୁଯାୟୀ, ୧୪ ଦିନର ନୋଟିସ ପରେ ବହିଷ୍କାର ପାଇଁ ବହୁମତ ଭୋଟ ଆବଶ୍ୟକ।
ତେବେ ସଂସଦର ବଜେଟ ଅଧିବେଶନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ନିରନ୍ତର ଜାରି ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ଏକ ଗମ୍ଭୀର ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ଗୃହରେ କହିବାକୁ ଦିଆଯାଉନାହିଁ। ଏହି ପ୍ରସଙ୍ଗ ଜୋରଦାର ହୋହାଲ୍ଲାରେ ଉଠୁଥିଲା, ବିରୋଧୀ ସାଂସଦମାନେ “ରାହୁଲ ଗାନ୍ଧୀଙ୍କୁ କହିବାକୁ ସୁଯୋଗ ଦିଅ” ବୋଲି ସ୍ଲୋଗାନ ଦେଇଥିଲେ। ଏହି ହଟ୍ଟଗୋଳ ଯୋଗୁଁ ବାରମ୍ବାର ବାଧା ସୃଷ୍ଟି ହୋଇଥିଲା ଏବଂ ଶେଷରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।
ରାହୁଲ ଗାନ୍ଧୀ ଗୃହରେ ଦାବି କରିଥିଲେ ଯେ ସେ ଏକ ଘଣ୍ଟା ପୂର୍ବରୁ ବାଚସ୍ପତିଙ୍କୁ ଭେଟିଥିଲେ ଏବଂ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାହୁଲ ଅଧ୍ୟକ୍ଷଙ୍କୁ ପଚାରିଥିଲେ ଯେ ତାଙ୍କୁ କହିବାକୁ ଅନୁମତି ଦିଆଯିବ କି ନାହିଁ। ତଥାପି, ଅଧ୍ୟକ୍ଷ ତଥା ବାଚସ୍ପତି ଓମ୍ ବିର୍ଲା ସ୍ପଷ୍ଟ କରିଥିଲେ ଯେ ରାହୁଲ ଗାନ୍ଧୀ କୌଣସି ପ୍ରସଙ୍ଗରେ କୌଣସି ଆନୁଷ୍ଠାନିକ ନୋଟିସ୍ ଦେଇ ନାହାଁନ୍ତି। ବାଚସ୍ପତି ସାଂସଦମାନଙ୍କୁ ଗୃହର ମର୍ଯ୍ୟାଦା ବଜାୟ ରଖିବାକୁ ଏବଂ ବଜେଟ୍ ଉପରେ ଆଲୋଚନା ଜାରି ରଖିବାକୁ ନିବେଦନ କରିଥିଲେ। ଯାହାକୁ ନେଇ ବାଚସ୍ପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବିରୋଧୀ।
Comments are closed.