Latest Odisha News

BREAKING NEWS

National Herald Case: ରାଜଧାନୀରେ ତାତିଲେ କଂଗ୍ରେସ ନେତା ଓ କର୍ମୀ

ଭୁବନେଶ୍ୱର: ରାଜଧାନୀରେ ତାତିଛନ୍ତି ରାଜ୍ୟ କଂଗ୍ରେସର କର୍ମୀ ଓ ନେତା । ନ୍ୟାସନାଲ ହେରାଲ୍ଡ ମାମଲାରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପଦଯାତ୍ରା କରି ବିଜେପି ଅଫିସ ଘେରାଉ କରିବା ବେଳେ ଅଧାବାଟରେ ପୁଲିସ ଅଟକାଇଥିଲା ।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଜାଣିଶୁଣି ଇଡିର ଅପବ୍ୟବହାର କରୁଛନ୍ତି । ବ୍ୟକ୍ତିଗତ ଓ ଉଦ୍ଦେଶ୍ୟମୂଳକଭାବେ ସୋନିଆ ଗାନ୍ଧୀ ଓ ରାହୁଲଗାନ୍ଧୀଙ୍କୁ ବାରମ୍ବାର ଅପମାନିତ କରାଯାଉଥିବା କୁହାଯାଇଛି । ନୋ କେସକୁ କେସ କରି ୭୫ ଘଣ୍ଟା ଜେରା କରାଯାଇଛି । ହେଲେ ଆଇନ ସବୁ ସତ ପଦାକୁ ଆଣିଛି । ତେଣୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।

କଂଗ୍ରେସର ଶତାଧିକ କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ବିଜେପି ସରକାରକୁ ଭର୍ସନା କରିଛନ୍ତି । ପଦପଦବୀର ଅପବ୍ୟବହାର କରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏଥିରୁ ନିବୃତ ରହିବାକୁ କଂଗ୍ରେସ ପକ୍ଷରୁ କୁହାଯାଇଛି । ରାହୁଲ ଓ ସୋନିଆଙ୍କ ସହ ପୁରା ଦେଶ ଛିଡା ହୋଇଛି । ଯେତେ ମିଛ କହିଲେ ମଧ୍ୟ ଏଥର ଲୋକେ ଆଉ ବିଜେପି କଥାରେ ଯିବେ ନାହିଁ । ତେଣୁ ସେମାନେ କଂଗ୍ରେସର ମୁଖ୍ୟ ଲିଡରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା କୁହାଯାଇଛି ।

Leave A Reply

Your email address will not be published.