Latest Odisha News

BREAKING NEWS

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲ୍ ଜିଡିପି କମ୍ ହେଉ ନାହିଁ ।

ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅନ୍ତର୍ଜାତୀୟ ବଜାରର ଦରକୁ ନେଇ ସ୍ଥିର ହେଉ ନାହିଁ । ବରଂ ନିର୍ବାଚନ ତାରିଖକୁ ନେଇ ବଢ଼ୁଛି ଓ କମୁଛି ବୋଲି କଂଗ୍ରେସ କହିଛି । ଅନ୍ତର୍ଜାତୀୟ ବଜାରରେ ଦର କମୁଥିଲେ ବି କିଛି ଫରକ ପଡ଼ୁ ନାହିଁ ।

କେନ୍ଦ୍ର ସରକାରଙ୍କ ପିପିଏସି ଅନୁସାରେ, ଜୁନ୍ ୨୦୨୨ରୁ ୮ ସେପ୍ଟେମ୍ବର ୨୦୨୨ ୩ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ୨୪.୧୪ ପ୍ରତିଶତ ଖସିଛି । ଜୁନରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୧୬ ଡଲାର ଥିଲା । ଏବେ ସେପ୍ଟେମ୍ବର ୮ରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୧ ଡଲାର ରହିଛି ।

ଅଶୋଧିତ ତୈଳଦର ୨୪ ପ୍ରତିଶତରୁ ଅଧିକ ଖସିଥିବା ବେଳେ ବିଗତ ୩ ମାସ ମଧ୍ୟରେ ଦେଶରେ ୧ ପଇସା ବି ଡିଜେଲ୍ କିମ୍ବା ପେଟ୍ରୋଲ୍ ଦର ଖସି ନାହିଁ । ୨୦୧୪ ମେରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୬.୪୯ ଡଲାର୍ ଥିଲା । ସେତେବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ଓ ଡିଜେଲ ଲିଟର ପିଛା ୫୫ ଟଙ୍କା ରହିଥିଲା । କିନ୍ତୁ ଏବେ ଅଶୋଧିତ ତୈଳଦର ୯୦ ଡଲାର ତଳେ ରହିଥିବା ବେଳେ ଡିଜେଲ ଓ ପେଟ୍ରୋଲ ଲିଟର ୧୦୦ ଟଙ୍କା ଉପରେ ।

ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ସରକାର ୫୦ ପ୍ରତିଶତ ଟିକସ ନେଉଛନ୍ତି । ୩ ମାସ ମଧ୍ୟରେ ଅଶୋଧିତ ତୈଳଦର ୨୪ ପ୍ରତିଶତ ହ୍ରାସ ପାଇଛି । ଯଦି ହ୍ରାସ ପାଇଥିବା ୨୪ ପ୍ରତିଶତ ସରକାର ଲୋକଙ୍କୁ ଦେବେ ତାହେଲେ ପେଟ୍ରୋଲ ଦାମ ପାଖାପାଖି ୧୫ ଟଙ୍କା କମିଯିବ । ସେହିଭଳି ଡିଜେଲ୍ ଦର ପ୍ରାୟ ୧୭ ଟଙ୍କା ଲିଟର ପିଛା ହ୍ରାସ ପାଇବ ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.