Latest Odisha News

BREAKING NEWS

ରୋଷେଇ ବେଳେ ପ୍ରେସର କୁକର କାମ ନକଲେ ଆପଣାନ୍ତୁ ଏହି ଟିପ୍ସ !

ଓଡିଶା ସମ୍ୱାଦ ବ୍ୟୁରୋ: ସମସ୍ତଙ୍କ ରୋଷେଇ ଘରେ ପ୍ରେସର କୁକର ଏକ ଗୁରୁତ୍ୱପୂର୍ଣ୍ଣ ରୋଷେଇ ପାତ୍ର। ଏହା ବିନା ଅନେକ ରେସିପି ତିଆରି କରିବା କଷ୍ଟକର। ପ୍ରେସର କୁକର ଗ୍ୟାସ୍ ଏବଂ ସମୟକୁ ବହୁ ପରିମାଣରେ ସଞ୍ଚୟ କରିଥାଏ। କିନ୍ତୁ ପ୍ରାୟ ସମୟରେ ଦେଖାଯାଏ ପ୍ରେସର କୁକରରେ ରୋଷେଇ କରୁଥିବା ବେଳେ ଛୋଟ ବଡ ସମସ୍ୟା ଆସିଯାଏ। ଏହି ସମସ୍ୟାକୁ କପରି ଓହରିବେ ଆମେ ଆପଣଙ୍କୁ କହିବୁ।

ଆପଣମାନେ ଲକ୍ଷ୍ୟ କରିଥିବେ ପ୍ରେସର କୁକର ପୁରୁଣା ହୋଇଗଲେ ସିଟି ମାରେ ନାହିଁ। ବେଳେବେଳେ କୁକରରେ ଷ୍ଟିମ ଲିକ୍ ହେବାରେ ଲାଗେ। ଅନ୍ୟାନ୍ୟ ଜିନିଷ ପରି ପ୍ରେସର କୁକରର ରକ୍ଷଣାବେକ୍ଷଣ କରିବା ଆବଶ୍ୟକ। ରୋଷେଇ ବେଳେ କେଉଁ ଉପାୟ ଆପଣେଇଲେ ସହଜ ହେବ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ଅନେକ ଥର ନିଜ ଦୋଷ ହେତୁ, ଏହି ବାସନଟି ସଠିକ୍ ଭାବରେ କାମ କରେ ନାହିଁ। ଯାହା ପ୍ରତି ଧ୍ୟାନ ଦେବା ଜରୁରୀ। ବେଳେବେଳେ ପ୍ରେସର କୁକର ଢାଙ୍କୁଣୀ ସଠିକ ଭାବେ ଲାଗିନଥାଏ କିମ୍ବା ଢାଙ୍କୁଣୀ ବଙ୍କା ଯୋଗୁଁ ରୋଷେଇ ବେଳେ ଷ୍ଟିମ ଲିକ୍ ହୁଏ। ଏପରି ପରିସ୍ଥିତିରେ ଏହାକୁ ମେକାନିକ ପାଖକୁ ନେଇ ସଜାଡିବା ଉଚିତ୍ । ନଚେତ ରୋଷେଇ ବେଳେ ଖାଦ୍ୟ ଜଳିଯିବାର ସମ୍ଭାବନା ଥାଏ।

ଯଦି ରୋଷେଇ କରିବା ବେଳେ କୁକରରେ ସଠିକ୍ ଭାବେ ପ୍ରେସର ଥାଏ ତେବେ ଖାଦ୍ୟ ସହଜରେ ସିଝିଯାଏ। କିନ୍ତୁ ପ୍ରେସର ସଠିକ ଭାବେ ନପଡେ ତେବେ ଆପଣ ଜାଣିବେ ଢାଙ୍କୁଣୀରେ ଥିବା ବେଲ୍ଟ ନଷ୍ଟ ହୋଇଛି ନଚେତ ସଠିକ ଭାବେ ବସି ନାହିଁ। ଏହାକୁ ଭଲ ଭାବେ ଯାଞ୍ଚ କରିନିଅନ୍ତୁ। କୁକରର ରବର ବେଲ୍ଟ ପ୍ରତି 2 ରୁ 4 ମାସରେ ଥରେ ପରିବର୍ତ୍ତନ କରାଯିବା ଉଚିତ୍।

ଅନେକ ଥର ଆପଣ ଲକ୍ଷ୍ୟ କରିଥିବେ ଯେ କୁକରରେ ରୋଷେଇ କରିବା ବେଳେ ଖାଦ୍ୟ ଏହାର ତଳ ଭାଗରେ ଲାଗିଯାଏ ବା ଜଳିବାକୁ ଲାଗେ। ପ୍ରେସର କୁକରେ ଅତ୍ୟଧିକ ଚାପ ବଢିଗଲେ ଏପରି ସମସ୍ୟା ହୁଏ। ଅତିରିକ୍ତ ଚାପ ବିପଦଜନକ, କାରଣ ଅଧିକ ଚାପ ଯୋଗୁଁ କୁକର ଫାଟିବାର ଆଶଙ୍କା ଥାଏ। ଆପଣ ଏକ ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ ଏଭଳି ଛୋଟ ବଡ ସମସ୍ୟା ଥିଲେ ଅବହେଳା ନକରି କୁକରକୁ ନେଇ ବଜାରରେ ମରାମତି କରେଇବା ଉଚିତ୍।

Leave A Reply

Your email address will not be published.