Latest Odisha News

BREAKING NEWS

ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ରାଜନୀତି ସରଗରମ; ତଦନ୍ତ ପାଇଁ ଉଠିଲା ଦାବି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବଚ ଏବଂ ତାଙ୍କ ସ୍ୱାମୀ। ଦୁହିଁଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି।

ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ରିପୋର୍ଟ ପରେ କଂଗ୍ରେସ ଏବଂ ଟିଏମସି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେବିର ଚେୟାରମ୍ୟାନଙ୍କ ବିରୋଧରେ ହିଣ୍ଡେନବର୍ଗ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାର ତୁରନ୍ତ ତଦନ୍ତ କରିବାକୁ ବିରୋଧି ଦଳ ଦାବି କରିଛନ୍ତି।

କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ଦେଖାଇନଥିଲା। ଫଳରେ ଉଭୟଙ୍କ ମଧ୍ଯରେ କନେକ୍ସନ ରହିଛି। ଯାହାର ତଦନ୍ତ କରିବାକୁ ଦାବି କରିଛନ୍ତି।

ସେହିପରି ଟିଏମସି ସାଂସଦ ମହୁଆ ମୋଇତ୍ର କହିଛନ୍ତି ଯେ ‘ପ୍ରକୃତ ଆଦାନୀରେ ସେବି ଅଧ୍ୟକ୍ଷ ମଧ୍ୟ ନିବେଶକ। ଏହି ଅର୍ଥ ହେରଫେର ଘଟଣାରେ ସିବିଆଇ ଏବଂ ଇଡି ଦ୍ବାରା ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ତେବେ ହିଣ୍ଡେନବର୍ଗ ଅଭିଯୋଗ ଭିତ୍ତିହୀନ, ଏଥିରେ କୌଣସି ସତ୍ୟତା ନାହିଁ ବଦନାମ୍ କରିବାକୁ ଉଦ୍ୟମ କରାଯାଉଥିବା ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ଏବଂ ତାଙ୍କ ସ୍ୱାମୀଙ୍କ ଅଂଶଧନ ରହିଥିବା ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା।

 

Comments are closed.