ବେଙ୍ଗାଲୁରୁ: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା କର୍ଣ୍ଣାଟକ ଗସ୍ତରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ କରି ଏକ ପରିବାର ଦ୍ୱାରା ପରିଚାଳିତ ଦଳ ବୋଲି କହିଛନ୍ତି। ଦେଶର ସ୍ୱାଧୀନତା ଆନ୍ଦୋଳନରେ କଂଗ୍ରେସ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଶାହା କିନ୍ତୁ ଏହି ଅବସରରେ କହିଛନ୍ତି।
ସେ କହିଛନ୍ତି, ସ୍ୱାଧୀନତା ପାଇବା ପାଇଁ କଂଗ୍ରେସ ‘ଏକ ସ୍ୱତନ୍ତ୍ର ମଞ୍ଚ’ ଥିଲା, ସେଥିପାଇଁ ଲୋକମାନେ ଏଥିରେ ଯୋଗ ଦେଉଥିଲେ। ଆଜି କଂଗ୍ରେସ ଏକ ପାରିବାରିକ ବ୍ୟବସ୍ଥାରେ ଜଡିତ ଅଛି। କଂଗ୍ରେସର ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ବ୍ୟବସ୍ଥା ଶେଷ ହୋଇଛି। ଆମ ଦଳରେ ଗଣତାନ୍ତ୍ରିକ ଢଙ୍ଗରେ ନିର୍ବାଚନ ହୁଏ। ବାଚସ୍ପତିଙ୍କ ପିତା କଦାପି ବାଚସ୍ପତି ନୁହଁନ୍ତି।
ଶାହା ଆହୁରି ମଧ୍ୟ ଦାବି କରିଛନ୍ତି ଯେ କଂଗ୍ରେସ ଦଳ କୈଣସି ଆଦର୍ଶରେ ଜନ୍ମ ହୋଇନାହିଁ। କଂଗ୍ରେସ ଦଳର ନା ସାଂସ୍କୃତିକ ଚିନ୍ତାଧାରା, ନା ଅର୍ଥନୀତି ଉପରେ ଏକ ଆଦର୍ଶ, ନା ଦେଶ ଗଠନ ସମ୍ବନ୍ଧରେ ଏକ ଆଦର୍ଶ ରହିଛି।
ଶାହା କହିଛନ୍ତି ଯେ ୨୦୦୪ ରୁ ୨୦୧୪ ମଧ୍ୟରେ କୈଣସି ନୂଆ ନୀତି ପ୍ରଣୟନ କରାଯାଇ ନାହିଁ। ଯଦି ସୋନିଆ ଗାନ୍ଧୀ ମନରେଗା ଯୋଜନାକୁ ଏକ ନୀତି ବୋଲି କୁହନ୍ତି, ତେବେ ଏହା ଭୁଲ। ବରଂ ମନରେଗା ଏକ କାର୍ଯ୍ୟକ୍ରମ ଏବଂ ନୀତି ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ବିହାର ଦୀର୍ଘ ଦିନ ଧରି ଏହି ରାଜ୍ୟରେ କଂଗ୍ରେସ ଦ୍ୱାରା ଶାସିତ ହୋଇଥିଲେ ଏବଂ ଏଭଳି ଶାସନ ଚଳାଇଥିଲେ ଯେ ଏହି ରାଜ୍ୟଗୁଡ଼ିକୁ ବିମାରୁ ବା ରୋଗୀଣା ବୋଲି ଘୋଷଣା କରିବାକୁ ପଡିଥିଲା। କିନ୍ତୁ ଏହି ଚାରିଟି ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଜି ଏହି ରାଜ୍ୟ ଆଉ ରୋଗୀଣା ରାଜ୍ୟ ହୋଇନାହିଁ ବୋଲି ସେ କହିଛନ୍ତି।
ଅମିତ ଶାହା କହିଛନ୍ତି ଯେ ଆମ ଲୋକମାନେ ଗର୍ବର ସହିତ କହିଛନ୍ତି ଯେ ଆମର ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି। କିନ୍ତୁ ଆମକୁ ମନେ ରଖିବା ଉଚିତ ଯେ ଆମର କେବଳ ବିଶ୍ୱର ଏକମାତ୍ର ବୃହତ୍ତମ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ ବରଂ ଆମେ ମଧ୍ୟ ଗଣତନ୍ତ୍ରର ଜନକ ମଧ୍ୟ।
Comments are closed.