Latest Odisha News

BREAKING NEWS

ଯୁଦ୍ଧକୁ ପୁରିଲା ବର୍ଷେ, କେଉଁଠି ପଢ଼ୁଛନ୍ତି ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ?

ନୂଆଦିଲ୍ଲୀ:ଋଷ ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରଣ ହୋଇଛି। ଯୁଦ୍ଧ ବେଳେ ଭାରତର ଅଧିକାଂଶ ବିଦ୍ୟାର୍ଥୀ ମେଡିକାଲ ପଢିବାକୁ ଯାଇ ଅଡୁଆରେ ପଡ଼ିଥିଲେ। କାରଣ ସେଠାରେ ଘନଘନ ମିସାଇଲ ମାଡ ଓ ବୋମା ବିସ୍ପୋରଣ କାରଣରୁ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତେ ସ୍ୱଦେଶ ଫେରିଆସିଥିଲେ। ହେଲେ ଯୁଦ୍ଧ କେବେ ଶେଷ ହେବ ଜଣାନପଡିବାରୁ ପାଠ ପଢା କେମିତି ଶେଷ ହେବ ସେ ଚିନ୍ତାରେ ଅଧିକଂଶ ଥିଲେ। ଭାରତରେ ମେଡିକାଲ ପଢିବାକୁ ଅନୁମତି ନମିଳିବା ପରେ ଏବେ ସେହି ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଋଷିଆ, ସର୍ବିଆ, ଉଜବେକିସ୍ତାନ ଇତ୍ୟାଦି ଦେଶରେ ପାଠ ପଢୁଛନ୍ତି।

ମେଡିକାଲ ପାଠ୍ୟକ୍ରମର ଅନ୍ତିମ ବର୍ଷର ଛାତ୍ରୀ ଜିସନା ଜିଜି (୨୫), ହଜାର ହଜାର ଛାତ୍ରଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ଋଷର ଆକ୍ରମଣ କାରଣରୁ ୟୁକ୍ରେନରୁ ପାଠପଢା ଛାଡି ସେହି ସମାନ ପାଠ୍ୟକ୍ରମ ଶେଷ କରିବାକୁ ଘରକୁ ଫେରିଥିଲେ। ଏବେ କିନ୍ତୁ ମେଡିକାଲରେ ଡିଗ୍ରୀ ଶେଷ କରିବାକୁ ଋଷର ଶିକ୍ଷାନୁଷ୍ଠାନଗୁଡିକରେ ନାମଲେଖାଇବାକୁ ଅନୁମତି ମିଳିଛି।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଜି କହିଛନ୍ତି ଯେ ଋଷ ଆମକୁ ସ୍ୱାଗତ କରୁଛି। ସେ ଅତିରିକ୍ତ ପଇସା ନେବେ ନାହିଁ। ଅର୍ଥାତ୍ ୟୁକ୍ରେନରେ ମେଡିକାଲ ପଢା ପାଇଁ ଯେତିକି ଟଙ୍କା ଖର୍ଚ୍ଚା କରିବାକୁ ପଡିଥିଲା ଏବେ ସମାନ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଜିଜି ହେଉଛନ୍ତି କେରଳର ବାସିନ୍ଦା। ଠିକ୍ ଗୋଟିଏ ବର୍ଷ ପୂର୍ବେ, ଜିଜି ୟୁକ୍ରେନର ସୁମି ବିଶ୍ୱବିଦ୍ୟାଳୟରେ ଏମବିବିଏସ ପାଠ୍ୟକ୍ରମର ପଞ୍ଚମ ବର୍ଷରେ ପଢୁଥିଲେ ଏବଂ ତାଙ୍କ ପାଠପଢା ଶେଷ କରିବାକୁ କୁହାଯାଇଥିଲା। ଋଷ ଦ୍ୱାରା ଆରମ୍ଭ ହୋଇଥିବା ଯୁଦ୍ଧରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଜିଜି ସମେତ ଶହ ଶହ ଛାତ୍ରଛାତ୍ରୀ ଯୁଦ୍ଧ ଆରମ୍ଭ ହେବା ପରେ ଫେରିବା ଆରମ୍ଭ କରି ୟୁକ୍ରେନର ପଶ୍ଚିମ ସୀମାରେ ପହଞ୍ଚିଥିଲେ। ଭାରତ ସରକାରଙ୍କ ‘ଅପରେସନ୍ ଗଙ୍ଗା’ ଅଧୀନରେ ଭାରତୀୟ ଛାତ୍ରମାନଙ୍କୁ ଘରକୁ ଅଣାଯାଇଥିଲା। ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ମୋଟ ୧୭ ହଜାକ ଲୋକଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ।

ସେଠାରେ ମେଡିକାଲ ପଢୁଥିବା ଅନେକ ଭାରତୀୟ ଛାତ୍ର ୟୁକ୍ରେନରୁ ବାହାରିବା ପରେ ଏବଂ ଅନ୍ୟ ଦେଶର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ଶେଷ କରିବା ଛଡା ଅନ୍ୟ କୈଣସି ବିକଳ୍ପ ନଥିଲା। ଅନେକ ଛାତ୍ର ପାଠପଢା ଜାରି ରଖିବା ପାଇଁ ଋଷିଆ, ସର୍ବିଆ, ଉଜବେକିସ୍ତାନ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶ ପାଇଁ ଚୟନ କରିଥିଲେ।

Leave A Reply

Your email address will not be published.