ଭୁବନେଶ୍ବର: ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ କରିବ କଂଗ୍ରେସ । କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ ହେବା ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଆଜିର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ପିସିସି ସଭାପତି ।
ତେବେ ବିଧାନସଭା ଘେରାଉ କରିବା ପାଇଁ ବାହାରି ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀ । ବିଏନଏସ ୧୪୬ ଧାରା ଲାଗିଥିଲେ ମଧ୍ୟ ଏକାସାଙ୍ଗରେ ଏତେ କଂଗ୍ରେସ କର୍ମୀଙ୍କ ଏକଜୁଟ ହୋଇଥିଲେ । ଏକାସାଙ୍ଗରେ ସେମାନଙ୍କୁ ରୋକିବାକୁ ଅସମର୍ଥ ହେବାରୁ ଲାଠିଚାର୍ଚ୍ଚ ସାଙ୍ଗକୁ ଆରମ୍ଭ କରି ପାଣି ମାଡ ଏବଂ ଟିୟର ଗ୍ୟାସ ପ୍ରୟୋଗ କରିଛି ପୋଲିସ୍ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ କଂଗ୍ରେସ କର୍ମୀ ଏବଂ ପୋଲିସ୍ । ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଭାଙ୍ଗି କଂଗ୍ରେସ କର୍ମୀ ଧସେଇ ଫସି ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ପରିସ୍ଥିତିରେ ରଣକ୍ଷେତ୍ର ପାଲଟିଯାଇଛି ଲୋୟର ପିଏମ୍ଜି । ଏହାପରେ କଂଗ୍ରେସ କର୍ମୀ ପୋଲିସ୍ ଉପରକୁ ଟେକାପଥର ମାଡ଼ କରିବା ସହ ଅଣ୍ଡା, ଟମାଟୋ, ପାଣି ବୋତଲ ଏବଂ ଚେୟାର ଫିଙ୍ଗାଫିଙ୍ଗି କରିଥିଲେ ।
ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଲାଠି ଚାର୍ଚ୍ଚ ଆରମ୍ଭ କରିଥିଲା ପୋଲିସ୍ । ଗୋଡେଇ ଗୋଡେଇ ଉତ୍ୟକ୍ତ କଂଗ୍ରେସ କର୍ମୀଙ୍କୁ ପିଟିଛି । ସେପଟେ ବିଧାନସଭା ଅଭିମୁଖେ ଅଗ୍ରେସର ହେଉଥିବା କଂଗ୍ରେସ କର୍ମୀଙ୍କୁ ରୋକିବାକୁ ପ୍ରଥମେ ପାଣିମାଡ ଏବଂ ପରେ ଟିୟର ଗ୍ୟାସ ପ୍ରୟୋଗ କରିଛି ପୋଲିସ୍ । ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଭାଙ୍ଗିବା ପରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରବା ପାଇଁ ପୋଲିସ୍ ଏହି ବାଟ ଆପଣାଇଛି । ଫଳରେ ଏଥିରେ ଏକାଧିକ କଂଗ୍ରେସ କର୍ମୀ ଆହତ ହୋଇଥିବା ବେଳେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଥିବା ସୂଚନା ।
ଅପରପକ୍ଷେ ପୋଲିସ୍ କାର୍ଯ୍ୟନୁଷ୍ଠାନ ମୋଡକୁ ଆସି, ସିଧାସଳଖ ବିରୋଧର ନେତୃତ୍ବ ନେଉଥିବା କିଛି ତୁଙ୍ଗ ନେତାମାଡ଼ଙ୍କୁ ଗିରଫ କରିଛି । ପିସିସି ସଭାପତି ଭକ୍ତ ଚରଣ ଦାସ , ତାରା ବାହିନୀ ପତି, ବିଧାୟକ ପବିତ୍ର ସାଉଣ୍ଟା ଏବଂ ମହମ୍ମଦ ମୋକିମ୍ ସମେତ ଅନେକ ନେତାଙ୍କୁ ଉଠାଇ ନେଇଛି ପୋଲିସ୍ ।
ସେପଟେ କଂଗ୍ରେସ ଶାନ୍ତି ଶୃଙ୍ଖଳାରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୋଲିସ୍ ନିଜ ଆଡୁ ଟେକା ପଥର ମାଡ କରି ପାଣିମାଡ କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଏଥିରେ କଂଗ୍ରେସର କିଛି କର୍ମୀଙ୍କ ମୁଣ୍ଡ ଫାଟିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ପୋଲିସର ଏଭଳି ଆଭିମୁଖ୍ୟରେ କଂଗ୍ରେସ ନଡରି ନାରୀ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଛି, ଆଉ ଆଗକୁ ଆଉ ମଜଭୂତ ହୋଇ ବିରୋଧ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।
Comments are closed.