ଭୁବନେଶ୍ଵର: ରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ୍ । ୯ ଦଫା ଦାବି ନେଇ ରାଜ୍ୟର ସମସ୍ତ ବ୍ଲକ ଅଫିସ୍ ଘେରାଉ କରିବ ରାଜ୍ୟ କଂଗ୍ରେସ। ରାଜ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର, ପାୱାର କଟ୍, ବିଦ୍ୟୁତ ଦର ବୃଦ୍ଧି, ବେକାର ଯୁବକଙ୍କୁ ଚାକିରୀ,ଧାନ କିଣାରେ କଟନି ଛଟନି ବନ୍ଦ, ଚାଷୀଙ୍କୁ ଉପଯୁକ୍ତ ଦର, ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟହିତାଧିକାରୀଙ୍କୁ ଘର ଏବଂ ଦର ଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦଳ ଦାବି କରିଛି।
କଂଗ୍ରେସ୍ ଅଭିଯୋଗ କରିଛି ଯେ, ଗତ ୨୪ ବର୍ଷ ହେଲା ବିଜେଡି ସରକାର ଶାସନ ଗାଦିରେ ରହି ଓଡ଼ିଶାବାସୀଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହିଁ । ଯୋଜନା ପରେ ଯୋଜନା ଘୋଷଣା କରାଯାଉଛି ମାତ୍ର ନିର୍ବାଚନ ପରେ ସବୁ ବନ୍ଦ ହୋଇ ଯାଉଛି । ଏହି ପ୍ରତିବାଦରେ ଆଜି ଦଳ ସମସ୍ତ ୩୧୪ଟି ବ୍ଲକ୍ ଆଗରେ ପ୍ରତିବାଦ କରିବ।
Comments are closed.