Latest Odisha News

BREAKING NEWS

ଓଡ଼ିଶା ବନ୍ଦ: ମାଷ୍ଟର କ୍ୟାଣ୍ଟିନ୍ ଭିତରେ ମୁହାଁମୁହିଁ ପୋଲିସ୍-କଂଗ୍ରେସ, ଚେତାବନୀ ଦେଲେ ସିପି 

ଭୁବନେଶ୍ଵର: ଆଜି ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଯାହାର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଭୁବନେଶ୍ଵରରେ ବାଇକ୍ ରାଲି କରି ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି କଂଗ୍ରେସ ଆନ୍ଦୋଳନକାରୀ । ଏହାରି ଭିତରେ ଭୁବନେଶ୍ବର ରେଳ ଷ୍ଟେସନରେ ଭିତରକୁ ପ୍ରବେଶ କରିବାକୁ କଂଗ୍ରେସ କର୍ମୀ ଚେଷ୍ଟା କରୁଥିବା ବେଳେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ରେଳ ଷ୍ଟେସନ୍ ଭିତରକୁ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଛନ୍ତି ।

ଯାହାକୁ କଂଗ୍ରେସ ନେତା ମାନେ ପୋଲିସର ଏଭଳି ବ୍ୟବହାରକୁ ନିନ୍ଦା କରୁଥିବା ବେଳେ ପୋଲିସ କମିଶନର କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ । କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ । ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଚେତାଇ ଦେଇଛନ୍ତି।

ସେପଟେ କଂଗ୍ରେସର ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରାରେ ରାଜ୍ୟରେ ଅଖଚକ ସବୁ ବନ୍ଦ୍। ଗାଡିଘୋଡା ଠାରୁ ଆରମ୍ଭ କରି ଦୋକାନ ବଜାର ପ୍ରାୟ ସବୁ ବନ୍ଦ୍ ରହିଛି। ଜିଲ୍ଲାରୁ ବ୍ଲକ, ରାଜଧାନୀ ରାସ୍ତାରେ ପଇଁତରା ମାରୁଛନ୍ତି କଂଗ୍ରେସ କର୍ମୀ ନେତା। ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରେ ଅତ୍ୟାବଶ୍ୟକ ସେବାକୁ ଛାଡିଲେ ପିକେଟିଂ କରି ଅନ୍ୟାନ୍ୟ ସେବାକୁ ବନ୍ଦ କରୁଛନ୍ତି କଂଗ୍ରେସ କର୍ମୀ । ତେବେ ଜରୁରୀକାଳିନ ସେବା କିଛି ବି ବନ୍ଦ ରହିନାହିଁ। କାଁ ଭାଁ କେତେକ ଔଷଧ ଦୋକାନ ବନ୍ଦ ଥିବା ବେଳେ ଅନ୍ୟ ଔଷଧ ଦୋକାନ ଖୋଲା ରହିଛି । ସେହିପରି କେତେକ ସରକାରୀ ବସ୍ ମଧ୍ୟ କଟକରେ ଗଡୁଛି । ଏପଟେ ରାଜଧାନୀରେ ବିକ୍ଷୋଭକାରୀ ରାସ୍ତାରେ ଗାଡି ଅଟକ ରଖୁଛନ୍ତି। ବସଷ୍ଟାଣ୍ଡରୁ ବସ୍ ଗଡୁ ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନର ହେଉଛନ୍ତି । ମୁଖ୍ୟତଃ ରାଜ୍ୟ ବାହାରୁ ଆସିଥିବା ଗାଡିଗୁଡିକର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନର ହେଉଛନ୍ତି। ରେଳ ଷ୍ଟେସନଠାରେ ମଧ୍ୟ ଯାତ୍ରୀ ଅପେକ୍ଷା କରି ବସିଛନ୍ତି।

ମାଷ୍ଟର କ୍ୟାଣ୍ଟିନ୍ ଛକ, ରସୁଲଗଡ଼, ରାଜମହଲ ଛକ ଏବଂ ଏଜି ଛକ ସମେତ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିଥିବା ଦେଖାଯାଇଛି। ବିକ୍ଷୋଭକାରୀମାନେ ପ୍ରମୁଖ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି, ଯାହା ଫଳରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ଯାତାୟାତ ଠପ୍ ହୋଇଯାଇଛି। ‘ଆମା ବସ୍’ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏକ ଦମ୍ପତି ଦିଲ୍ଲୀରୁ ଏକ ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛନ୍ତି। ସେମାନେ ଏକ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବ୍ରହ୍ମପୁର ଯିବାକୁ ଚାହୁଁଛନ୍ତି। ବନ୍ଦ ଯୋଗୁଁ ପୁରୁଷ ଏବଂ ମହିଳା ଏବେ ବ୍ରହ୍ମପୁର ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ବିକ୍ଷୋଭକାରୀମାନେ ବାଣୀବିହାର ଅଞ୍ଚଳ ଏବଂ ରସୁଲଗଡ଼ ସମେତ ଅନ୍ୟାନ୍ୟ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବସ୍ ସମେତ ସାଧାରଣ ପରିବହନ ଗୁରୁତର ଭାବରେ ପ୍ରଭାବିତ ହୋଇଛି, ଅନେକ ଯାନବାହନ ରାସ୍ତାରୁ ଦୂରରେ ରହିଛି। ବସ୍ ଏବଂ ଟ୍ରକ ସମେତ ଭାରୀ ଯାନବାହନ ବାଣୀବିହାର ଅଞ୍ଚଳ ଏବଂ ହଂସପାଳ ଅଞ୍ଚଳ ସମେତ ଫ୍ଲାଏଓଭର ଉପରେ ଜାତୀୟ ରାଜପଥରେ ଅପେକ୍ଷା କରିଥିବା ଦେଖାଯାଇଛି।

ଏହା ସହିତ, ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସାରା ସହରରେ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ମୁତୟନ ହୋଇଛନ୍ତି ସୁରକ୍ଷା କର୍ମୀ। କଂଗ୍ରେସ କର୍ମୀଙ୍କୁ ଜଗିଛି ଏଆଇ କ୍ୟାମେରା ଏବଂ ଡ୍ରୋନ୍ । ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହୋଇଛନ୍ତି ପୋଲିସ । ସାଧା ପୋଷାକରେ ପୋଲିସ ବି ମୁତୟନ ହୋଇଛନ୍ତି । ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନିଟର କରୁଛନ୍ତି । ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

ତେବେ କହିରଖୁଛୁ, ବାଲେଶ୍ଵର ଏଫଏମ କଲେଜ୍ ୨୦ ବର୍ଷୀୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜକୁ ନିଆଁ ଲଗାଇ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାୟ ଦାବି କରି ଏହି ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ।

Comments are closed.