Latest Odisha News

BREAKING NEWS

‘ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ଚାହାଁନ୍ତି ଦଳୀୟ କର୍ମୀ’

ନୂଆଦିଲ୍ଲୀ: ଆସନ୍ତା ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ହେବ ।  କଂଗ୍ରେସର ଗୋଟିଏ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ କରିବାକୁ ଲବି କରୁଛନ୍ତି । ଏହି ଗୋଷ୍ଠୀର ନେତୃତ୍ୱ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନେଉଛନ୍ତି । ସେ କହିଛନ୍ତି ‘ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦେଶର କଂଗ୍ରେସ କର୍ମୀ ଚାହୁଁଛନ୍ତି । ତେଣୁ ସେମାନଙ୍କ ଭାବନାକୁ ବୁଝି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦକୁ ଗ୍ରହଣ କରିନେବା ଉଚିତ।’

ଗେହଲଟ କହିଛନ୍ତି, ଦଳର ସମସ୍ତ କର୍ମୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ହିଁ ହୁଅନ୍ତୁ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ । ଏଥିରେ ସମସ୍ତଙ୍କ  ସମର୍ଥନ ଥିବା ସେ କହିଛନ୍ତି । ଯଦି ରାହୁଲ ଅଧ୍ୟକ୍ଷ ନହେବେ ତେବେ ଦଳୀୟ କର୍ମୀ ନିରାଶ ହେବେ । କେବଳ ଦଳୀୟ କର୍ମୀ ନୁହେଁ ଦଳୀୟ ନେତା ନିରାଶ ହେବେ ବୋଲି ସେ କହିଛନ୍ତି ।  ଗତ ୩୨ ବର୍ଷ ହେଲା ଏହି ପରିବାରର କେହି ବି ସଦସ୍ୟ ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି ତେଣୁ ମୋଦି ଜୀ ଏହି ପରିବାରକୁ ଏତେ ଭୟ କରୁଛନ୍ତି କାହିଁକି? ଗତ ୭୫ ବର୍ଷ ହେଲା ଦେଶରେ କଂଗ୍ରେସ ହିଁ ଗଣତନ୍ତ୍ରକୁ ବଞ୍ଚାଇ ରଖିଛି ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ହୋଇଥିଲା। ଏହାପରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ। ଏବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦଳୀୟ ନେତା ଚାହୁଁଛନ୍ତି।

Leave A Reply

Your email address will not be published.