Latest Odisha News

BREAKING NEWS

ହୃଦଘାତରେ ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କ ଦେହାନ୍ତ !

ପାଣାଜି: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଦେହାନ୍ତ। ଗୋଆରେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ହୃଦଘାତର ଶିକାର ହେବାରୁ ତାଙ୍କର ଦେହାନ୍ତ ହୋଇଛି। ସୋନାଲି ଫୋଗାଟ ଜଣେ ଟିକଟକ ଷ୍ଟାର ଭାବେ ଜଣାଶୁଣା। ସୋନାଲି ୨୦୧୯ରେ ହରିଆଣା ବିଧାନସଭା ନିର୍ବାଚନ ବେଳେ ​​ବିଜେପିରେ ସାମିିଲ ହୋଇଥିଲେ। ସେ ନିର୍ବାଚନରେ ଆଦମପୁରର ବିଧାନସଭା ନିର୍ବାଚନରେ ​ବିଧାୟକ ପ୍ରାର୍ଥୀ ହୋଇଥିଲେ।

ସୂଚନାନୁସାରେ, ସୋନାଲି ଫୋଗାଟ ତାଙ୍କର କିଛି ସାଙ୍ଗଙ୍କ ସହ ଗୋଆ ଯାଇଥିଲେ। ସୋନାଲି ଫୋଗାଟ ମୃତ୍ୟୁର କିଛି ସମୟ ପୂର୍ବରୁ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା ସହିତ ସେ ଟ୍ୱିଟର ଆକାଉଣ୍ଟରେ ନିଜର ପ୍ରୋଫାଇଲ୍ ପିକଚର ବା ଫୋଟୋ ମଧ୍ୟ ବଦଳାଇଥିଲେ। ତେବେ କେଉଁ କାରଣ ପାଇଁ ଫୋଗଟ ହୃଦଘାତର ଶିକାର ହେଲେ ତାହା ଜଣାପଡିନି। ଡାକ୍ତରୀ ଟିମ୍ ଏବଂ ସ୍ଥାନୀୟ ପ୍ରଶାସନ ଏ ନେଇ ତଦନ୍ତ କରୁଥିବା ସୂଚନା ରହିଛି।

୨୦୧୯ ବିଧାନସଭା ନିର୍ବାଚନରେ ସୋନାଲି କଂଗ୍ରେସ ନେତା କୁଲଦୀପ ବିଷ୍ଣୁଙ୍କଠୁ ହାରିଥିଲେ। ବିଜେପିର ହରିଆଣା ୟୁନିଟ୍ ମଧ୍ୟ ତାଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲା। ନିକଟରେ ସେ କିଛି ଦିନ ପୂର୍ବରୁ କୁଲଦୀପ ବିଷ୍ଣୁଙ୍କୁ ମଧ୍ୟ ଭେଟିଥିଲେ।

ଟିକଟକ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୋନାଲିଙ୍କ ଲୋକପ୍ରିୟତା ରହିଥିଲା। ରିଆଲିଟି ସୋ ବିଗ୍ ବସର ୧୪ ତମ ସଂସ୍କରଣରେ ସେ ଭାଗ ନେଇଥିଲେ। ସୋନାଲି ଛୋଟ ପରଦାର ଅନେକ ସିରିଏଲରେ କାମ କରିଛନ୍ତି ।

Leave A Reply

Your email address will not be published.