ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା କାରଣ ଦର୍ଶାଇ ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦଙ୍କ ନାମ ମଧ୍ୟ ରହିଛି ।
ସେପ୍ଟେମ୍ବର ୧୭ ରେ ଦାଖଲ ହୋଇଥିବା ୧୭୦୦୦ ପୃଷ୍ଠାର ଚାର୍ଜସିଟରେ ଜଣେ ସାକ୍ଷୀଙ୍କ ବିବୃତ୍ତି ରହିଛି ଯେ ଉମର ଖାଲିଦ, ସଲମାନ ଖୁରସିଦ, ନାଦିମ ଖାନ ସେମାନେ ସମସ୍ତେ ଉତ୍ତେଜନାମୂଳକ ଭାଷଣ ଦେଉଥିଲେ (ଦିଲ୍ଲୀର CAA / NRC ବିବାଦରେ) ଏବଂ ଯାହାଦ୍ୱାରା ଲୋକମାନେ ଏକତ୍ରିତ ହେଉଥିଲେ ।
ଏକ ମାଜିଷ୍ଟ୍ରେଟଙ୍କ ଆଗରେ ଏହି ବିବୃତ୍ତି ରେକର୍ଡ କରାଯାଇଛି । କ୍ରାଇମବ୍ରାଞ୍ଚର ସିଆରପିସି ଧାରା ୧୬୪ ଅନୁଯାୟୀ ଏହା କେସକୁ ଆଇନଗତ ଭାବେ ଅଧିକ ପ୍ରଭାବିତ କରୁଛି ।
ପୋଲିସ୍ ରେକର୍ଡ କରିଥିବା ଏକ ବିବୃତ୍ତିରେ ଶ୍ରୀ ଖୁରସିଦଙ୍କୁ ଅନ୍ୟ ଜଣେ ଅଭିଯୁକ୍ତଙ୍କ ନାମରେ ନାମିତ କରାଯାଇଛି।
ଅଭିଯୋଗର ଜବାବରେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ଯଦି ତୁମେ ଅଳିଆ ସଂଗ୍ରହ କର ତ ବହୁତ ଅପରିଷ୍କାର ପାଇବ । ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଏକ ବିବୃତି ଆଣିବା କିଛି କଷ୍ଟ କାମ ନୁହଁ। ତେଣୁ ସେ ଦେଇଥିବା ଉତ୍ତେଜନାମୂଳକ ଭାଷଣଟି କଣ ଥିଲା ତାହା ଜାଣିବାକୁ ଆଗ୍ରହୀ ଥିବା ସେ କହିଛନ୍ତି ।
ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି କି ପୋଲିସ ଏଯାବତ ଘଟଣାର ତଦନ୍ତ ନକରି କିପରି ଏକ ବିବୃତି ଆଧାରରେ ଜଣଙ୍କୁ ଦୋଷାରୋପ କରିପାରିବ ।
ଶ୍ରୀ ଖୁରସିଦ୍ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍ ଚାର୍ଜସିଟରେ ନାମିତ ସର୍ବୋଚ୍ଚ ରାଜନେତା। CAA/NRC ବିରୋଧୀ ଆନ୍ଦୋଳନର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବା ପାଇଁ ଏପରି ବିବୃତିକୁ ବ୍ୟବହାର କରୁଥିବା ନେଇ ପୋଲିସ ସମାଲୋଚନାର ଶିକାର ହୋଇଛି।
ସିପିଏମ୍ ନେତା ବ୍ରିଣ୍ଡା କରାଟ, ଓକିଲ ପ୍ରଶାନ୍ତ ଭୂଷଣ ଏବଂ କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଅଭିଭାଷଣ ପ୍ରଦାନ କରିଥିବା ନେଇ ଚାର୍ଜସିଟରେ ରହିଛି ।
ଚଳିତ ବର୍ଷ ଫେବୃଆରୀରେ ଘଟିଥିବା ଦଙ୍ଗାରେ ୫୪ ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.