Latest Odisha News

BREAKING NEWS

ଶେର୍ଲିନ ଚୋପ୍ରାଙ୍କ ବଡ଼ ବୟାନ; ଡ୍ରଗ୍ସ କବଳରେ ଷ୍ଟାର କ୍ରିକେଟରଙ୍କ ପତ୍ନୀ !

ମୁମ୍ବାଇ: ବଲିଉଡର ଏକ ଅଣଦେଖା ଫର୍ଦ୍ଦକୁ ସାମ୍ନାକୁ ଆଣିବାରେ ସଫଳ ହୋଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗତ ଏକ ମାସ ହେବ ଚର୍ଚ୍ଚାରେ ରହି ଆସିଛି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବଲିଉଡରେ ଡ୍ରଗ୍ସ ନେଉଥିବା ଅନେକ ଆଗଧାଡ଼ିର ତାରକାଙ୍କ ନାମ ନେଇଛନ୍ତି। ଅନ୍ୟପଟେ ମଡେଲ ତଥା ଅଭିନେତ୍ରୀ ଶେରଲିନ୍ ଚୋପ୍ରା ଦେଇଛନ୍ତି ଏକ ବିସ୍ଫୋରକ ବୟାନ । ସେ ଦାବି କରିଛନ୍ତି ଯେ କୋଲକାତାରେ ଆଇପିଏଲ ପରେ ହେଉଥିବା ଆଫଟର ପାର୍ଟି ସମୟରେ ସେ ଅନେକ କ୍ରିକେଟର ଓ ଅଭିନେତାଙ୍କ ପତ୍ନୀଙ୍କୁ ଡ୍ରଗ୍ସ ନେଉଥିବାର ଦେଖିଛନ୍ତି।

ଯଦି ଏନସିବି ତାଙ୍କୁ ପଚରାଉଚରା ପାଇଁ ଡାକେ ତେବେ ସେ ଏ ଦିଗରେ ଏନସିବିକୁ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ସେ ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ କୋଲକାତା ଯାଇଥିଲେ ଏବଂ ସେହି ଦିନ ତାଙ୍କୁ ଏକ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିବା ମଧ୍ୟ କହିଥିଲେ। ଏହି ପାର୍ଟିରେ ସମସ୍ତ ଲୋକପ୍ରିୟ କ୍ରିକେଟର ଏବଂ ସେମାନଙ୍କ ପତ୍ନୀ ଯୋଗ ଦେଇଥିଲେ। ଏପରିକି ୱାଶରୁମରେ କ’ଣ ଘଟୁଛି ଦେଖିବା ପରେ ସେ ଚକିତ ହୋଇ ଯାଇଥିବା କହିଛନ୍ତି।

କୌଣସି ଜଣଙ୍କର ସେ ନାଁ ନେଇ ନଥିବା ବେଳେ ଅଭିନେତାଙ୍କ-ପତ୍ନୀମାନେ ଲେଡିଜ୍ ୱାଶରୁମରେ କୋକେନ୍ ନେଉଥିବା ସେ କହିଛନ୍ତି।

“ମୁଁ ଥରେ କୋଲକାତା ଯାଇ ଏକ କେକେଆର ମ୍ୟାଚ୍ ଦେଖିବା ପାଇଁ ଯାଇଥିଲି, ଖେଳ ପରେ ମୋତେ ଏକ ପାର୍ଟି ପରେ ନିମନ୍ତ୍ରଣ କରାଯାଇଥିଲା, ଯେଉଁଥିରେ ସମସ୍ତ ଲୋକପ୍ରିୟ କ୍ରିକେଟର ଏବଂ ସେମାନଙ୍କ ପତ୍ନୀ ଯୋଗ ଦେଇଥିଲେ।

Leave A Reply

Your email address will not be published.