Latest Odisha News

BREAKING NEWS

ଅମେଠିରୁ ଟିକେଟ ମିଳିବା ପରେ ଆସିଲା କିଶୋରୀ ଲାଲଙ୍କ ପ୍ରତିକ୍ରିୟା, କହିଲେ ୪୦ ବର୍ଷ ଧରି ସେବା କରିଆସିଛି

ନୂଆଦିଲ୍ଲୀ: ଅମେଠିରୁ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ ମିଳିବା ପରେ ସାମ୍ନାକୁ ଆସିଛି ତାଙ୍କର ପ୍ରଥମ ପ୍ରତିକ୍ରିୟା । କିଶୋରୀ ଲାଲ କହିଛନ୍ତି ଯେ, ମୁଁ ଗତ ୪୦ ବର୍ଷ ଧରି ଏହି ଅଞ୍ଚଳରେ ସେବା କରିଆସୁଛି । ମୋ ଉପରେ ବିଶ୍ୱାସ କରିଥିବାରୁ ହୃଦୟରୁ ମୁଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଛି ।

ସୂଚନା ଅନୁସାରେ, ରାୟବରେଲି ଏବଂ ଅମେଠି ଲୋକସଭା ଆସନରୁ ଆଜି କଂଗ୍ରେସର ପାର୍ଥୀ ଘୋଷଣା କରାଯାଇଛି । ରାୟବରେଲିରୁ ରାହୁଲ ଗାନ୍ଧୀ ପାର୍ଥୀ ହୋଇଥିବା ବେଳେ କିଶୋରୀ ଲାଲ ଶର୍ମାଙ୍କୁ ଅମେଠିରୁ ପ୍ରାର୍ଥୀ କରାଯାଇଛି । ପାର୍ଥୀ ଘୋଷଣା ପରେ କିଶୋରୀ ଲାଲ କହିଛନ୍ତି ଯେ, ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଁ ଜାଣି ନଥିଲେ ଯେ ପାର୍ଟି ମୋତେ ଅମେଠିରୁ ଟିକେଟ୍ ଦେବାକୁ ଯାଉଛି । ମୋର ଇଚ୍ଛା ଥିଲା ଯେ ଗାନ୍ଧୀ ପରିବାରର ଜଣେ ସଦସ୍ୟ ଏଠାରୁ ନିର୍ବାଚନ ଲଢିବା ଉଚିତ୍ । ନାମାଙ୍କନ ଭରିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଏଠାକୁ ଆସିବାର ଅଛି ।

ସେହିପରି ରାହୁଲ ଅମେଠି ଆସନରୁ ନିର୍ବାଚନ ନଲଢିବାକୁ ନେଇ କିଶୋରୀ ଲାଲ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ସଂଗ୍ରାମ ଦେଶ ପାଇଁ । ମୁଁ ଗତ ୪୦ ବର୍ଷ ଧରି ଏଠାରେ ଲୋକମାନଙ୍କ ସେବା କରିଆସୁଛି । ମୁଁ ରାଜୀବ ଗାନ୍ଧୀଙ୍କ ସହ ମୋର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲି । ମୁଁ ଏଠାରେ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଦେଖିଥିଲି ଏବଂ ତାଙ୍କୁ ନିର୍ବାଚନରେ ଛିଡା କରିଥିଲି ।

Leave A Reply

Your email address will not be published.