ରାମପୁର: ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ରାମପୁରରୁ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ବିଲାସପୁର ଏବଂ ରୁଦ୍ରପୁର ସହର ମଧ୍ୟରେ ଡୁନ୍ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଟ୍ରେନ୍ ନଂ 12091 ର ଲୋକୋ ପାଇଲଟ୍ ଟ୍ରାକରେ ୭ ମିଟର ଲମ୍ବର ଲୁହା ରଡ୍ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଯାହା ପରେ ଡ୍ରାଇଭର ଟ୍ରେନକୁ ଅଟକାଇ ଟ୍ରାକ ସଫା କରିଥିଲେ ଏବଂ ପରେ ଟ୍ରେନ ସୁରକ୍ଷିତ ଭାବେ ଗନ୍ତବ୍ଯ ସ୍ଥଳ ଅଭିମୁଖେ ଯାଇଥିଲା।
ଲୋକୋ ପାଇଲଟ୍ ରୁଦ୍ରପୁର ସିଟିର ଷ୍ଟେସନ ମାଷ୍ଟରଙ୍କୁ ଏନେଇ ସୂଚନା ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ନିକଟରେ କାନପୁରର ରେଲୱେ ଟ୍ରାକରେ ଏକ ଏଲପିଜି ସିଲିଣ୍ଡର ରଖାଯାଇଥିଲା କିନ୍ତୁ କାଲନ୍ଦି ଏକ୍ସପ୍ରେସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସେହିପରି ଅଜମେରର ମଧ୍ଯ ରେଳ ଟ୍ରାକ୍ ଉପରେ ସିମେଣ୍ଟ ବ୍ଲକ୍ ରଖାଯାଇଥିବା ଖବର ମିଳିଥିଲା। ୟୁପିର ଗାଜିପୁର ଜିଲ୍ଲାର ରେଳ ଟ୍ରାକରେ ଏକ ବଡ କାଠ ଖଣ୍ଡ ରଖାଯାଇଥିବା ଦେଖିବାକୁ ମିଳିଥିଲା।
Comments are closed.