Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କନେଷ୍ଟବଳ, ଘରୁ ମିଳିଲା ୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ପୋଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ ଚଳାଇଛି ଭିଜିଲାନ୍ସ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ।ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ମିଳିଥିବା ସୂଚନା ମିଳିଛି।

ବ୍ରହ୍ମପୁର ଲୋଛାପଡ଼ାରେ ତିନି ମହଲା କୋଠା ଘର, ନିମଖଣ୍ଡିରେ ଘର, ଭଞ୍ଜନଗର ଗମୁଣ୍ଡିରେ ପୈତୃକ ଘରେ ଚଢ଼ାଉ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୨ ଜଣ ଡ଼ିଏସପି ଓ ୫ ଜଣ ଇନିସ୍ପେକ୍ଟର । ତେବେ ସୁଦର୍ଶନ ପ୍ରଧାନ ଆୟଠୁ କେତେ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଚଢ଼ାଉ ସରିବା ପରେ ଜଣା ପଡ଼ିବ।

Leave A Reply

Your email address will not be published.