ଭୁବନେଶ୍ବର: ଟ୍ରେନ ଧକ୍କାରେ କନେଷ୍ଟବଳ ଶୁଭମିତ୍ରାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ। ଭୁବନେଶ୍ବର ପଟିଆ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା। ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ପୁରୀରୁ ଶେଷକୃତ୍ୟ ସାରି ଫେରିବା ପରେ ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ଟ୍ରେନ ଲଇନ ପାର୍ ହେଉଥିବା ଧକ୍କା ଦେଲା ଟ୍ରେନ। ଏହି ସମୟରେ ଶୁଭମିତ୍ରାଙ୍କ ସଂପର୍କୀୟ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକ ଜଣଙ୍କ ହେଲେ ଶୁଭମିତ୍ରାଙ୍କ ପିଉସି ଏବଂ ଗୁରୁତର ପିଉସା କଟକ ଏସସିବିକୁ ସ୍ଥାନାନ୍ତର।
ଟ୍ରେନ ଟ୍ରାକ ଅତିକ୍ରମ ବେଳେ ବୋଲଗଡ଼ ରଲସିଂର ପ୍ରଫୁଲ୍ଲ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ପ୍ରଫୁଲ ଗୁରୁତର ହୋଇଛନ୍ତି। ପ୍ରଫୁଲଙ୍କୁ ଏସସିବି ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଫୁଲ୍ଲ କଟକରେ ଟେଣ୍ଟ ହାଉସ ବ୍ୟବସାୟ କରନ୍ତି ବୋଲି ଜଣାପଡିଛି ।
Comments are closed.